ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବୁଗୁଡ଼ା, 06/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଜି ହେଉଛି ଆଶ୍ୱିନମାସ କୁମାର ପୂର୍ଣ୍ଣମା, ଗାଁ ଠୁ ସହର ଉତ୍ସବ ମୁଖର ଥିବାବେଳେ ଧରାପୃଷ୍ଠ ରେ ପୂଜା ପାଇଛନ୍ତି ଦେବୀ ଗଜଲକ୍ଷ୍ମୀ।ଏହିଦିନ ଦେବୀ ଲକ୍ଷ୍ମୀ ଙ୍କୁ ଗଜଲକ୍ଷ୍ମୀ ରୂପରେ ପୂଜାକାରାଯାଏ। ଯେଉଁଠି ମା ଦୁଇ ହାତୀ ଏବଂ ପଦ୍ମ ଫୁଲ ସହ ଶୋଭା ପାନ୍ତି।ଗଜ ର ଅର୍ଥ ହେଉଛି ହାତୀ ଯାହା ଶକ୍ତି ଓ ମାନମର୍ଯ୍ୟଦା ର ପ୍ରତୀକ।ତେଣୁ ଗଜଲକ୍ଷ୍ମୀ ହେଉଛନ୍ତି ସମ୍ପଦ, ସମୃଦ୍ଧି ଓ ସଫଳତାର ଦେବୀ,ଏହିଦିନକୁ ଧନ ଧାନ୍ୟ, ସମୃଦ୍ଧି ଓ ଶାନ୍ତିର ପ୍ରତୀକ ରୂପେ ପୂଜା କରାଯାଏ।ସେହିଭଳି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବିଭିନ୍ନ ଗ୍ରାମ ଯଥା ବୁଗୁଡ଼ା, ଖୋଳଖାଳି, ମୋଟାବାଡି,ଗୌଡିଆବୋରଦା, ତାଳସାକର ଗୋଲିଆ, ବି କରଡ଼ାବାଡି, କରସିଙ୍ଗି ଆଦି ପୂଜା ମଣ୍ଡପରେ ଦେବୀ ଗଜଲକ୍ଷ୍ମୀ ପୂଜା ପାଇଥିବାବେଳେ ସବୁଠି ଭକ୍ତ ଙ୍କ ଭିଡ ଲାଗିରହିଛିl
Article Image
Article Image
14