ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଆଁରୀ କନ୍ୟାଙ୍କ ଜହ୍ନିଓଷା ପୂଜା ଉଦଯାପିତ

ବୁଗୁଡ଼ା, 07/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ଆଧୁନିକ ଯୁଗରେ ଗ୍ରାମ୍ୟ ପରମ୍ପରାର ନିଦର୍ଶନ ସୃଷ୍ଟି କରିଥିବା କେତେକ ପର୍ବ ଲୋପ ପାଇବାକୁ ବସିଥିଲେ ହେଁ ବୁଗୁଡ଼ା ଅଞ୍ଚଳର ଗାଁ ଗହଳରେ ଏବେ ବି କେବଳ କୁଆଁରୀ କନ୍ୟାଙ୍କ ଦ୍ବାରା ପାଳନ ହୋଇ ଆସୁଥିବା ନିଆରା ଜହ୍ନିଓଷା ପର୍ବ ଆଜି କୁମାର ପୂର୍ଣ୍ଣିମାରେ କ୍ରୀଡା କୌତୁକ ଓ ନୃତ୍ୟ ଗୀତ ସହ ଉଦଯାପିତ ହୋଇଯାଇଛି । ବୁଗୁଡା ସହର ଓ ବିଭିନ୍ନ ଗାଁରେ ଆଶ୍ୱିନ ମାସରେ କୁମାରୀ ଝିଅମାନେ ଏହି ଓଷା ପାଳନ କରିଆସୁଥିଲେ । ବୁଗୁଡା ଏନ୍‌ଏସିର ଯାଦବସାହି, ଖଦାଳ ସାହି ଅରବିନ୍ଦ ନଗର,କାନସୁକା ଗ୍ରାମର କୁମାରୀମାନେ ଏହି ବ୍ରତ ପାଳନ କରି ପାର୍ବଣ ପରିବେଶକୁ ଅଧିକ ସରସ କରିଥିଲେ । ଓଷା ପାଳନ ପାଇଁ ଗ୍ରାମବାସୀ ତଥା ସାହି ବାସିନ୍ଦାଙ୍କ ମଧ୍ୟ ସହାୟତା ମିଳୁଥିଲା । ଏ ବର୍ଷ ସ୍କୁଲପିଲାଙ୍କଠାରୁ ମହାବିଦ୍ୟାଳୟରେ ପାଠ ପଢୁଥ‌ିବା ଏବଂ ପାଠ ଛାଡି ଥ‌ିବା ଝିଅମାନେ ଏହି ଓଷା କରିଥିଲେ। ଦଳ ଦଳ ହୋଇ ଗାଁରେ ଥିବା ତୁଳସୀ ଚଉରା ମୂଳେ କୁମାରୀମାନେ ପୂଜା ଜାରି ରଖୁଥିଲେ । ମାସ ତମାମ ନିଷ୍ଠା ସହକାରେ ଆମିଷ ଓ ଜହ୍ନି ପରିବାକୁ ସେମାନେ ଖାଇବା ତ ଦୂରର କଥା ସ୍ପର୍ଶ ବି କରିନଥିଲେ। ନିୟମିତ ସକାଳୁ ଫୁଲ ସଂଗ୍ରହ କରିବା ପରେ ସ୍ନାନ କରି ତୁଳସୀ ଚଉରା ମୂଳକୁ ଲିପାପୋଛା କରି ଧୂପ ଦୀପ ଦେଇ ଭୋଗ ଲାଗି କରୁଥିଲେ । ସେହିପରି ସନ୍ଧ୍ୟା ସମୟରେ ପୁଣି ଚଉରା ନିକଟରେ ଜହ୍ନିଓଷା ପୁସ୍ତକ ପାଠ କରୁଥିଲେ । ଏହି ସମୟରେ ଗ୍ରାମରେ ବିଭିନ୍ନ ସ୍ଥାନର ପୂଜା କୁମାରୀଙ୍କ ସମ୍ମିଳିତ ସଙ୍ଗୀତ ଗାନ ପରିବେଶକୁ ଉତ୍ସବ ମୁଖରିତ କରୁଥିଲା । ପୂର୍ଣ୍ଣିମା ଦିନ ନିର୍ଜଳ ଉପବାସ ରହି ପୂଜା ଶେଷ ପରେ ଗଜା ଚାଙ୍ଗୁଡ଼ିକୁ ପୋଖରୀରେ ବିସର୍ଜନ କରି ବ୍ରତ ପାଳନ ଶେଷ କରିଥିଲେ । ଆଧୁନିକ ବିଜ୍ଞାନ ଯୁଗରେ ବିଭିନ୍ନ ପରମ୍ପରା ଲୋପ ହେବାକୁ ବସିଥ‌ିବା ବେଳେ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମରେ କୁଆଁରୀ ଝିଅମାନେ ଏହି ବ୍ରତ ପାଳନ ଜରିଆରେ ନିଜର ମନ ସ୍କାମନା ପୂର୍ଣ୍ଣ ସହ ପରିବାର ଓ ସମାଜର ମଙ୍ଗଳ କାମନା କରିଥିଲେ।
6