ଏରସମା / ବାମଦେଇପୁର ପଞ୍ଚାୟତର କଣ୍ଟେଇନାଳି , 07/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର କଣ୍ଟେଇନାଳି ମା ବୈଦେହୀ ଯୁବ ପରିଷଦ ପକ୍ଷରୁ ୧୯(ତମ)ବାର୍ଷିକ ଗଜଲଷ୍ମୀଙ୍କ ପୂଜା ଧୁମ୍ ଧାମରେ ପାଳିତ ହୋଇଯାଇଛି। ମା, ଗଜଲଷ୍ମୀ ପୂଜାଙ୍କର ନୀତିନିୟମ ଅନୁସାରେ ଗଜଲଷ୍ମୀପୂଜା ମଣ୍ଡପ ନିକଟରୁ ମା ଗଜଲଷ୍ମୀଙ୍କର ବିମାନ ମାଧ୍ୟମରେ ଘଣ୍ଟ ଘଣ୍ଟି ବାଜା ବାଣ କିର୍ତ୍ତନ ସହିତ ବିରାଟ ପଟୁଆରରେ ଯାଇ ଗ୍ରାମର ନଦୀ ନିକଟରେ ମା ଗଜଲଷ୍ମୀପୂଜା କର୍ତ୍ତା ସୁଦର୍ଶନ ରାଉତ ପୂଜାର୍ଚ୍ଚନା କରିସାରିବା ପରେ ଗ୍ରାମର ନଦୀ ନିକଟରୁ ଏକ କଳସୀ ଯାତ୍ରାରେ ଆସି ଗଜଲଷ୍ମୀପୂଜା ମଣ୍ଡପ ନିକଟରେ ପହଞ୍ଚିବାପରେ ଜଗତଜନନୀ ମା ଗଜଲଷ୍ମୀଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ। ମା ଗଜଲକ୍ଷ୍ମୀ ପୂଜାରେ କଣ୍ଟେଇନାଳି ଗ୍ରାମର ମା,ବୈଦେହୀ ଯୁବ ପରିଷଦ ସମେତ କଣ୍ଟେଇନାଳି ଗ୍ରାମର ସମସ୍ତ ଭାଇ,ଭଉଣୀ ମାନେ ଅତି ଆନନ୍ଦ ଉଲ୍ଲାସର ସହିତ ମା ଗଜଲଷ୍ମୀଙ୍କ ପୂଜା କରିଥିଲେ। କଣ୍ଟେଇନାଳି ଗଜଲଷ୍ମୀପୂଜା ୧୦ ବର୍ଷରେ ପଦାର୍ପଣ କରିଛି। ଏଠାରେ ଭକ୍ତ ମାନଙ୍କର ଭିଡ ଦେଖିବାକୁ ମିଳିଥାଏ ।ପୂଜାରେ ଛଅଦିନ ମା,ଙ୍କ ପାଖରେ ପୂଜାର୍ଚ୍ଚନା ସହିତ ଭଜନ କିର୍ତ୍ତନ ଓ ସାସ୍କୃତିକ କାର୍ଯ୍ୟକ୍ରମ ଓ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ଛଅଦିନ ବ୍ୟାପି ମା ଗଜଲାଷ୍ମୀ ପୂଜା ସରିବା ପରେ ଅନ୍ତିମ ଦିନ ମା,ଙ୍କୁ ବିସର୍ଜନ କରିବ। ସହିତ ଭସାଣୀ କରାଯାଇ ବିଦାୟ ଦିଆଯାଇଥାଏ ।ଗାଁର ପରମ୍ଫରା ଓ ଭାଇଚାର ବଜାଇରଖିବା ସହିତ ମା,ବୈଦେହୀ ଯୁବପରିଷଦ ସଭାପତି ତଥା ଗଜଲଷ୍ମୀପୂଜାର କର୍ତ୍ତା ସୁଦର୍ଶନ ରାଉତ,ସମ୍ଫାଦକ ଭଜମନ ସ୍ୱାଇଁ,ନରେଶ ବରାଳ,ତାପସ ଦଳାଇ, ପବିତ୍ର ନାଥ,ସୁବାଷ ଦଳାଇ, ରଶ୍ମିରଞ୍ଜନ ମହାନ୍ତି, ରାକେଶ ଦଳାଇ, ସରୋଜ କୁମାର ବିଶ୍ୱାଳ,ବାଦଲ ମହାପାତ୍ର, ରାଜେଶ ଦଳାଇ, ଘନଶ୍ୟାମ,ବିଭୂରଞ୍ଜନ ଦଳାଇ, ବୈରାଗୀ ବିଶ୍ୱାଳ,ପରିକ୍ଷିତ ସାହୁ,ତପନ ଦଳାଇ, ହେମନ୍ତ ଦଳାଇ, ନିରଞ୍ଜନ ସ୍ୱାଇଁଙ୍କ ସମେତ ସମସ୍ତ ସଦସ୍ୟ ଏବଂ ଗ୍ରାମର ମୁରବିମାନଙ୍କ ସହଯୋଗରେ ମା ଗଜଲଷ୍ମୀଙ୍କ ପୂଜା ଶାନ୍ତି ଶୃଙ୍ଖଳାର ସହିତ ମା ,ଙ୍କ ପୂଜା ଉତ୍ସବକୁ ପରିଚାଳନା କରୁଛନ୍ତି।