ଢେଙ୍କାନାଳ, 07/10/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଢେଙ୍କାନଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଆନନ୍ଦ ବଜାର ପକ୍ଷରୁ ମା ଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି। ଆଜି ଠାରୁ ନ ଦିନ ଧରି ମା ପୂଜା ପାଇବେ। ଆଜି ପ୍ରଥମ ଦିବସରେ ସ୍ଥାନୀୟ ଭାଗିରଥି ସାଗର କୁଳରୁ ପୂଜା ଅର୍ଚ୍ଚନା କରି ଘଣ୍ଟ ବାଦ୍ୟ ଦ୍ଵାରା ସହର ପରିକ୍ରମା କରାଯାଇ କଳସ ଅଣାଯାଇଥିଲା।ଅଧିବାସ ପୂଜା,ମା ଙ୍କୁ ଚକ୍ଷୁ ଦାନ,ଷୋଡ଼ଶ ଉପଚାରରେ ପୂଜା କରାଯାଇ ଥିଲା। ପ୍ରତ୍ୟେକ ଦିନ ମା ଙ୍କ ମଙ୍ଗଳ ଆଳତି,ସୂର୍ଯ୍ୟ ପୂଜା,ମଣ୍ଡଳ ପୂଜା, ମା ଙ୍କୁ ପ୍ରତେକ ଦିନ ଷୋଡ଼ଶ ଉପଚାରରେ ପୂଜା,ବିଭିନ୍ନ ଭୋଗ ରାଗ ଲାଗି ହୋମ ଯଜ୍ଞ ମାଙ୍କ ପାଖରେ କରାଯିବ।ମୁଖ୍ୟ ପୂଜକ ଦେବାଶିଷ ପଣ୍ଡା, କର୍ତା ମନୋରଞ୍ଜନ ସାହୁ,କର୍ତ୍ତୀ ପ୍ରଭାତୀ ସାହୁ, ସଭାପତି ଚକ୍ରଧର ନାୟକ,ସମ୍ପାଦକ ଚିତ୍ତରଞ୍ଜନ ସାହୁ, ,କୋଷାଧକ୍ଷ ଲିପୁନ ପ୍ରଧାନ, ସାହସମ୍ପାଦକ ବଳଭଦ୍ର ନାୟକ ମୁଖ୍ୟ କର୍ମୀ ଶ୍ୟାମସୁନ୍ଦର ନାୟକ, ବିମଳ ନାୟକ, ରାମଚନ୍ଦ୍ର ନାୟକ, ଦିପୁନ ପ୍ରଧାନ, ବିକାଶ ପ୍ରଧାନ, ରାହୁଲ ସାହୁ, ସୁବାସ ନାୟକ, ପିନୁ ଦଳେଇ, ଗୁଡ଼ୁ ପ୍ରଧାନ ସମସ୍ତ କର୍ମକର୍ତା ସହ ଯୋଗ ରେ ଏହି ପୂଜା ଅନୁଷ୍ଠିତ ହେଉଛି।