ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

"ଘୁମୁସର ର ସ୍ବର" ପକ୍ଷରୁ ୧୫୪ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର

ବୁଗୁଡ଼ା, 07/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :
Article Image
ପବିତ୍ର କୁମାର ପୂର୍ଣ୍ଣିମା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଘୁମୁସର ର ସ୍ବର ବାଲିପଦର ପକ୍ଷରୁ ୧୫୪ ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ବାଲିପଦର ସ୍ଥିତ ଅନନ୍ତ ନଗ୍ର ଠାରେ ପ୍ରତିଷ୍ଠାନର ସଭାପତି ଡ. ବି. ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବିଶିଷ୍ଠ ସମାଜସେବୀ ଡେଣ୍ଟିଷ୍ଟ୍ କେ. ବିଷ୍ଣୁ ପ୍ରସାଦ ପାତ୍ର ଯୋଗଦେଇ ସାଂପ୍ରତିକ ସମୟରେ ଉତ୍ତର ଯୁବପିଢ଼ି କୁମାର ପୁର୍ଣ୍ଣିମାର ମହତ୍ବ କୁ ଗୁରୁତ୍ବ ଦେଇ ଓଡିଶାର ସଂସ୍କୃତିକୁ ବଞ୍ଚାଇ ବାକୁ ପଡ଼ିବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟ ତମ ଅତିଥି ଭାବେ ସର୍ବଶ୍ରୀ କବି ଶ୍ରୀଧର ମିଶ୍ର, ବସନ୍ତ କୁମାର ବିଷୋୟୀ, ଖଲିପରିଡା, କେ. ରାଘବ ଚରଣ ପାତ୍ର, ଧ୍ରୁବ ପାଣିଗ୍ରାହୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଶ୍ରୀ ପାଣିଗ୍ରାହୀ ଧନ୍ଯବାଦ ଅର୍ପଣ କରିଥିଲେ।
13