ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜାତୀୟ କିକ ବକ୍ସିଂ ପ୍ରତିଯୋଗିତାରେ ବୁଗୁଡ଼ାର ୩ ଜଣଙ୍କୁ ବ୍ରୋଞ୍ଜ ପଦକ

ବୁଗୁଡ଼ା, 07/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :
Article Image
ଜାତୀୟ କିକ ବକ୍ସିଂ ପ୍ରତିଯୋଗିତାରେ ବୁଗୁଡ଼ାର ୩ ଜଣ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି l ହିମାଞ୍ଚଳ ଆମେଚର କିକ ବକ୍ସିଂ ଆସୋସିଏସନ ଆନୁକୂଲ୍ୟରେ ହିମାଞ୍ଚଳ ପ୍ରଦେଶର ସୋଲାନ ଠାରେ ଆୟୋଜିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଲୋ କିକ ୬୦କିଲୋ ବର୍ଗରେ ବୁଗୁଡ଼ାର ସନାତନ ନାହାକଙ୍କ ପୁତ୍ର ପ୍ରତୀକ ନାହାକ,ଫୁଲ କଣ୍ଟାକ୍ଟ ୫୭କିଲୋ ବର୍ଗରେ କେ. ଦୀନବନ୍ଧୁ ଅଚାରୀଙ୍କ ପୁତ୍ର କେ. ଲକ୍ଷ୍ମଣ ଆଚାରୀ ଓ ଲାଇଟ କଣ୍ଟାକ୍ଟ ୬୯ କିଲୋ ବର୍ଗରେ ପ୍ରଦୀପ ଚନ୍ଦ୍ର ସାହୁଙ୍କ ପୁତ୍ର ଦେବାଶିଷ ସାହୁ କୃତିତ୍ୱର ସହ ବ୍ରୋଞ୍ଜ ପଦକ ହାସଲ କରି ବୁଗୁଡ଼ା ଅଞ୍ଚଳ ତଥା ଗଞ୍ଜାମ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି l ଏହି କୃତିତ୍ୱ ନିମନ୍ତେ ସେମାନଙ୍କ କୋଚ ଦୁର୍ଗା ପ୍ରସାଦ ଦାଶ ଓ ପ୍ରମୋଦ ଆପଟଙ୍କ ସମେତ ସମସ୍ତ ଜନସାଧାରଣ ଶୁଭେଚ୍ଛା ଜଣାଇଛନ୍ତି l
6