ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କନା ଗୁଳି ଗ୍ରାମରେ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ

ଏରସମା / କୁଞୀକୋଠୀ ପଞ୍ଚାୟତ / କନାଗୁଳି ଗ୍ରାମ, 07/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ କୁଞୀକୋଠୀ ପଞ୍ଚାୟତ କନାଗୁଳି ଗ୍ରାମରେ ନୀଳକଣ୍ଠେଶ୍ଵର ସାର୍ବଜନୀନ ମା" ଗଜଲକ୍ଷ୍ମୀଙ୍କ ପୂଜା କମିଟି ତରଫରୁ ଦୀର୍ଘ ସପ୍ତମ ବର୍ଷରେ ପର୍ଦାପଣ କରିଛି। ମା" ଗଜଲକ୍ଷ୍ମୀଙ୍କର ପୂଜା ଧୁମଧାମରେ ପାଳନ ହୋଇଯାଇଛି । ମା" ଗଜଲକ୍ଷ୍ମୀଙ୍କ ନିତିନିୟମ ଅନୁସାରେ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମାନେ ଗଜଲକ୍ଷ୍ମୀଙ୍କ ମଣ୍ଡପ ପାଖରୁ ଏକ ବିରାଟ କଳସ ଯାତ୍ରା ରେ ବାଜା ,ବାଣ, ଘଣ୍ଟ ଘଣ୍ଟି ସହିତ କୀର୍ତ୍ତନ କରି ଛଚିନ୍ଦା ନଦି ନିକଟରେ ପହଞ୍ଚିବାପରେ କର୍ତ୍ତା ରମାକାନ୍ତ ନାୟକ ପୂଜାସାରିବା ପରେ କନା ଗୁଳି ଗ୍ରାମର ଶ୍ରଦ୍ଧାଳୁ ମାନେ ନିତିନିୟମ ଅନୁସାରେ ଘଣ୍ଟ ଘଣ୍ଟି ହରିବୋଲ ହୁଳହୁଳି ସହିତ ଏକ କଳସ ଯାତ୍ରାରେ ଆସି ଗଜଲକ୍ଷ୍ମୀଙ୍କ ପୂଜାମଣ୍ଡପ ପୀଠରେ ପହଞ୍ଚିବା ପରେ ପୂଜାର୍ଚ୍ଚନା କରାଯିବା ସହିତ ହୋମଯଞ ହୋଇଥିଲା ।ଗ୍ରାମରେ ଭକ୍ତି ମେୟ ପରିବେଶ ସୃଷ୍ଟି ହୋଇଥିଲା ଓ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଥିଲା। ତିନିଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଅଛି। କନାଗୁଳି ନୀଳକଣ୍ଠେଶ୍ଵର ମା"ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ମନ୍ମମଥ ଚନ୍ଦ୍ର ଦାଶ, ସଂପାଦକ ସନ୍ତୋଷ କୁମାର ନାୟକଙ୍କ ସମେତ ଗ୍ରାମର ସମସ୍ତ ମୁରବି , ଯୁବକ ,ମହିଳା ମାନଙ୍କ ସହଯୋଗରେ ଗଜଲକ୍ଷ୍ମୀଙ୍କ ପୂଜା ଆଡ଼ମ୍ବରରେ କରାଯାଇଥିଲା
Article Image
5