ଢେଙ୍କାନାଳ, 07/10/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ସଦର ବ୍ଲକ୍ ଅନ୍ତର୍ଗତ ଶୁଆଖାଇକାଟେଣୀ ଗ୍ରାମ ପଂଚାୟତର ରଞ୍ଜା ଛକ ଠାରେ ମା’ଗଜଲକ୍ଷ୍ମୀଙ୍କର ୪୦ତମ ପୂଜା ଗତ ସୋମବାର ଅନୁଷ୍ଠିତ ହୋଇଯାଇଅଛି । ରାତ୍ର ୮ ଘଟିକାରେ କଳସଯାତ୍ରା କରାଯାଇଥୁଲା ଓ ପୂଜା କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ପ୍ରତ୍ୟକ ଦିନ ସକାଳ ପୂଜା, ମଧ୍ୟାହ୍ନ ପୂଜା ଓ ସଂଧ୍ୟା ପୂଜା କରାଯାଏ । ଆସନ୍ତା ୧୩ ତାରିଖ ସୋମବାର ମା'ଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପୂଜକ ପିନୁ ନନା, କର୍ତା ମନୋଜ ବେହେରା, କର୍ତୀ ରୁନୁବାଲା ବେହେରା ସମସ୍ତ ପୂଜାକୁ ସମ୍ପାଦନ କରୁଛନ୍ତି । ରଞ୍ଜା ଛକ ପୂଜା କମିଟିର ସଭାପତି ମନୋଜ ମହାନ୍ତି ଓ ସଂପାଦକ ସମୀର କୁମାର ସାହୁ ସମସ୍ତ ପୂଜାକୁ ତତ୍ବାବଧାନ କରୁଛନ୍ତି । ସଦସ୍ୟମାନଙ୍କ ମଧ୍ୟରେ ଦିନେଶ ଚନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ସାଇଁ ଓ ବଳବନ୍ତ ନାୟକଙ୍କ ସହିତ ସମସ୍ତ କର୍ମକର୍ତା ଉପସ୍ଥିତ ରହି ପୂଜାକୁ ସହଯୋଗ କରୁଛନ୍ତି ।