ଢେଙ୍କାନାଳ, 07/10/2025, ଉତ୍କଳ voice news - utkalvoicenews.com ( ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଢେଙ୍କାନାଳ ସହର କାରିଗର ସାହିରେ ୭୩ତମ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇଯାଇଛି । ଗତ ସୋମବାର ସଂଧ୍ୟାରେ କଳସଯାତ୍ରା କରାଯାଇ ମା'ଙ୍କର ଷୋଡଶ ଉପଚାର ପୂଜା, ଚକ୍ଷୁଦାନ କରାଯାଇ ବିଭିନ୍ନ ଭୋଗଲାଗି କରାଯଇଥିଲା । ପ୍ରତ୍ୟକ ଦିନ ସୂର୍ଯ୍ୟ ପୂଜା, ମଙ୍ଗଳ ଆଳତି, ମା'ର କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା ଓ ବିଭିନ୍ନ ଭୋଗ ସହ ମଧ୍ୟାହ୍ନରେ ଅନ୍ନ ଧୂପ, ସଂଧ୍ୟାରେ ଆଳତି ଓ ୯ ଦିନ ଧରି ରାତ୍ରରେ ରାତ୍ର ଧୂପ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖ ବୁଧବାର ଦିନ ମା'ଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୨୦୨୭ରେ ମା'ଙ୍କର ପ୍ଲାଟିନମ୍ ଜୁବୁଲି ପାଳନ କରାଯିବ । ପୂଜକ ଗଗନ ବିହାରୀ ଶତପଥୀ, କର୍ତା ଜଗନ୍ନାଥ ସାହୁ ଓ ଲକ୍ଷ୍ମଣ ଗୁରୁ ସମସ୍ତ ପୂଜାର ସମ୍ପାଦନ କରୁଛନ୍ତି । ସଭାପତି ମୂରଲିଧର ବେହେରା, ସଂପାଦକ ବିଚିତ୍ରା ନନ୍ଦ ବେହେରା, ତ୍ରୈଲୋକ୍ୟ ରଞ୍ଜନ ଦଳେଇ ଓ ସୌମ୍ୟ ରଞ୍ଜନ ବେହେରା ପ୍ରମୁଖଙ୍କ ସହିତ ବହୁ କର୍ମକର୍ତା ଉପସ୍ଥିତ ରହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରୁଛନ୍ତି ।