ଏରସମା / କୃଷ୍ଣଚନ୍ଦ୍ରପୂର୍ ପଂଚାୟତ / ଅରଡ଼ା ଗ୍ରାମ, 07/10/2025, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୂର୍ ପଂଚାୟତ ର ଅରଡ଼ା ଗ୍ରାମର ଅଙ୍ଗନବାଡ଼ି ନିକଟରେ ପାଣି ଜମିବାରୁ ଗ୍ରାମ ବାସିମାନେ ଅସନ୍ତୁଷ୍ଟ । ଏ RD road ଟି ଏରସମା NH ଠୁ ଆରମ୍ଭ ହୋଇ ରାହାମା ବଜାରର କଟକ ପାରାଦୀପ NH ରାସ୍ତା ସହ ସଂଯୋଗ ହୋଇଛି ।ଏହି ରାସ୍ତା ଦେଇ ପ୍ରତିଦିନ ଅନେକ ଗାଡ଼ି ମୋଟର ଯିବା ଆସିବା କରେ। ରାତି ହେଲେ ସେଠି ଘର କରି ରହିଥିବା ଲୋକମାନେ କବାଟ ବନ୍ଦ୍ କରି ରହୁଛନ୍ତି।ବିଭିନ୍ନ ପ୍ରକାର ଜନ୍ତୁ ଯନ୍ତା ଘରେ ପଶୁଛନ୍ତି । ଅଙ୍ଗନବାଡ଼ି କୁ ପିଲାମାନେ ପଢ଼ିବା କୁ ଆସିବା ପାଇଁ ଭୟ କରୁଛନ୍ତି । ପଥଚାରୀ ମାନେ ମଧ୍ୟ ବହୁ ଅସୁବିଧା ହେଉଛନ୍ତି ଯିବା ଆସିବା ପାଇଁ ।ପାଣି ନିଷ୍କାସନ ପାଇଁ ଅଙ୍ଗନ୍ବାଡ଼ି ପଛପଟେ ଏକ ପ୍ରକାର ସ୍ଥାୟୀ drain ତିଆରି ପାଇଁ ଗ୍ରାମବାସିମାନେ ଦାବି କରୁଛନ୍ତି ।ପୂର୍ବରୁ ଗ୍ରିଭାନ୍ସ ରେ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ନୀରବ। ସରକାର ଏହାର ପ୍ରତିକ୍ରିୟା ନକଲେ ଆଗକୁ ଗ୍ରାମ ବାସିମାନେ ରାସ୍ତା ରୋକ କରିବେ ବୋଲି ପ୍ରକାଶ କରିଛନ୍ତି।