ପାରାଦୀପ ଗଡ, 07/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଳକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ଦ୍ବାରା ପଞ୍ଚାୟତ ରେ ଥିବା ୨୦ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତର୍ଦ୍ଦୟ ଗୃହ ଯୋଜନାରେ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ୨୦ ଜଣ ହିତାଧିକାରୀଙ୍କୁ ରେସନ୍ କାର୍ଡ ବଣ୍ଟନ କରିଥିଲେ l ଆଜିଠାରୁ ତିନି ମାସ ମଧ୍ୟରେ ଗୃହ ନିର୍ମାଣ କରିବାକୁ ସମସ୍ତ ହିତାଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଯେଉଁମାନେ ତିନି ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବେ ସେମାନଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିବା ସହିତ ଆଗମୀ ଦିନରେ ପଞ୍ଚାୟତ ରେ ଥିବା ସମସ୍ତ ଚାଳଘର ଅଧିବାସୀ ଙ୍କୁ ପକ୍କା ଘର ଯୋଗାଇ ଦିଆଯିବ କହିଥିଲେ l ପକ୍କା ଘର କିମ୍ୱା ରେସନ୍ କାର୍ଡ ପାଇଁ ଯଦି କୌଣସି ହିତାଧିକାରୀ କାହାରିକୁ ଲାଞ୍ଚ ଦେବା କଥା ପ୍ରମାଣ ମିଳିବ କେବେ ସଂପୃକ୍ତ ହିତାଧିକାରୀ ଙ୍କ କାର୍ଯ୍ୟାଦେଶ ବାତିଲ କରାଯିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯିବ l ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ଦେବ ଦୁର୍ଲ୍ଲଭ କର, ବିଚିତ୍ର ପ୍ରଧାନ, ନଳିନୀ ପ୍ରଭା ସାହୁ, ସଚ୍ଚିଦାନନ୍ଦ ମହାପାତ୍ର, ସନାତନ ମାଝୀ, ଗୋଲାପି ସାମଲ, ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

