ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ଜିଲ୍ଲା ଏୟାର୍ ଫୋର୍ସ ଆସୋସିଏସନ୍ ପକ୍ଷରୁ ଭାରତୀୟ ବାୟୁସେନା ଦିବସ ପାଳିତ

ଢେଙ୍କାନାଳ, 08/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ଜିଲ୍ଲା ଏୟାର୍ ଫୋର୍ସ ଆସୋସିଏସନ୍ ପକ୍ଷରୁ ଅଦ୍ୟ ବାୟୁସେନା ଅଧିକାରୀ ଉଇଙ୍ଗ୍ କ୍ୟାଡର ବିରଜା ଶଙ୍କର ସିଂହଦେଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସିନର୍ଜୀ ଅଫ୍ ଇଂଜିନିୟରିଂ କଲେଜ୍‌ ବାସଭବନରେ ପାଳିତ ହୋଇଯାଇଅଛି ।ସଂଗଠନର ଜିଲ୍ଲା ସଭାପତି ଏଭି ତପନ କୁମାର ପାଲ୍‌ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଏନ୍‌ସିସି କମାଣ୍ଡିଙ୍ଗିଂ କର୍ଣ୍ଣେଲ ଆର୍.ଡେ. ବଲ୍‌ ଆସୋସିଏସନ୍‌ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଏବଂ ଅବସର କର୍ମଚାରୀମାନଙ୍କର ଦେଶ ମାତୃକା ପାଇଁ ବଳିଦାନକୁ ସରାହାନା କରିଥିଲେ ।ଭେଟେରାନ୍‌ଙ୍କ ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଖୁବ୍ ଆଗଭର ହୋଇ ଯୋଗଦାନ କରିଥିଲେ ।ଆସୋସିଏସନ୍‌ର ମହିଳା ଶାଖା ପ୍ରତିଟି ଓଡିଆ ପର୍ବ ପର୍ବାଣୀ ଓ ରାଷ୍ଟ୍ରୀୟ ଦିବସ ଗୁଡିକୁ ଅତ୍ୟନ୍ତ ସମାରୋହରେ ପାଳନ କରୁଥିବାରୁ ସଂଗଠନର ଉପଦେଷ୍ଟା ଅବସରପ୍ରାପ୍ତ ଉଇଙ୍ଗ୍ କମାଣ୍ଡର ବି.ଏସ୍. ସିଂହଦେଓ ଅତ୍ୟନ୍ତ ଆନନ୍ଦ ପ୍ରଶଂସା କରିଥିଲେ।ଏଭି ତଥା ସଂଗଠନ ଉପଦେଷ୍ଟା ଉଇଙ୍ଗ୍ କମାଣ୍ଡର ଶ୍ରୀ ସିଂହଦେଓ ଆସୋସିଏସନ୍‌ର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରାଇଥିଲେ । ଅପରେସନ୍ ସିନ୍ଦୂର୍ ଏବଂ ଭବିଷ୍ୟତ ଯୁଦ୍ଧରେ ଏୟାର୍ ଫୋର୍ସର ଭୂମିକା ଉପରେ ଆଲୋକପାତ କରିଥିଲେ । ଏନ୍‌ସିସି କମାଣ୍ଡର କର୍ଡଲ୍ ଆର୍.କେ. ବଳ ଇଣ୍ଡିଆନ୍ ଏୟାର୍ ଫୋର୍ସର ବୀରତ୍ୱ ଗାଥା ଏବଂ ବଳୀଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଢେଙ୍କାନାଳ ଲେପ୍‌ନାଂଟ୍ କର୍ନେଲ୍ ଅମରଜ୍ୟୋତି ବାୟୁସେନା ମେଡିକାଲ୍ ସୁବିଧା ବିଷୟରେ ଆଲୋକପାତ କରିଥିଲେ । ଏହି ସଭାରେ ପ୍ରାୟ ୬୦ ରୁ ଉର୍ଦ୍ଧ ବାୟୁସେନା ଅଧିକାରୀମାନେ ଉପସ୍ଥିତ ଥିଲେ । ସର୍ବଶେଷରେ ଆସୋସିଏସନ୍‌ର ସଂପାଦକ ପ୍ରମୋଦ କୁମାର ମହାନ୍ତୀ, ଆସୋସିଏସନ୍ ପକ୍ଷରୁ ଅତିଥି ତଥା ଉପସ୍ଥିତ ପୂର୍ବତନ ବାୟୁସେନା ଏବଂ ପରିବାର ବର୍ଗଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
Article Image
Article Image
35