ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପିପୁଲ୍ସ ହାଇସ୍କୁଲରେ ବ୍ଲକ ସ୍ତରୀୟ ସାଇନ୍ସ ସେମିନାର

ବୁଗୁଡ଼ା, 08/10/2025, ଉତ୍କଳ voice news - utkalvoicenews.com( ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ ) :
Article Image
ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ବୁଗୁଡା ବ୍ଲକ୍ ସ୍ତରୀୟ ସାଇନ୍ସ ସେମିନାର ଅନୁଷ୍ଠିତ ହୋଇଯାଇଛି। ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର ଏବଂ ସମ୍ମାନିତ ଅତିଥି ତଥା ବିଚାରକ ଭାବେ ପିପୁଲ୍ସ କଲେଜ ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଜୟରାମ ବିଷୋୟୀ ଓ ରସାୟନ ବିଜ୍ଞାନ ଅଧ୍ୟାପକ ବିଜେନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ। ଉକ୍ତ ସେମିନାରର ଥିମ୍ ” କ୍ବାଣ୍ଟମ୍ ଏଜ୍ ବିଗିନ୍ସ ପୋଟେନସିଆଲ୍ସ ଏଣ୍ଡ୍ ଚ୍ଯାଲେଞ୍ଜସ୍ ” ରହିଥିଲା। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୪ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରି କ୍ବାଣ୍ଟମ୍ ଯୁଗାରମ୍ଭରେ ରହିଥିବା ସମ୍ଭାବନା ଓ ଆହ୍ବାନ ସମ୍ପର୍କେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ବିଚାରକ ଦ୍ବୟଙ୍କ ମୂଲ୍ୟାଙ୍କନ କ୍ରମେ ଭାମଶ୍ୟାଳି ହାଇସ୍କୁଲ ଛାତ୍ରୀ ଖୁସି ସେଠୀ ତୃତୀୟ ସ୍ଥାନ ଓ ଗୋଲିଆ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ମୋନାଲିସା ରା ଦ୍ବିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା ବେଳେ ବିରଞ୍ଚିପୁରସ୍ଥ ଶ୍ରୀ ରାଧାକୃଷ୍ଣ ହାଇସ୍କୁଲର ଛାତ୍ରୀ ଶୁଭଦର୍ଶିନୀ ପାଢୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେବା ସହ ଆସନ୍ତା ୧୦ ତାରିଖ ଦିନ ବ୍ରହ୍ମପୁରସ୍ଥ କେ.ସି .ହାଇସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସାଇନ୍ସ ସେମିନାରକୁ ପ୍ରତିଯୋଗୀ ଭାବେ ମନୋନୀତ ହୋଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ, ପି.ଶିବାନନ୍ଦ ଓ କାହ୍ନୁ ଚରଣ ଗୌଡ ପ୍ରମୁଖ ପରିଚାଳନା କରିଥିଲା ଅନ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏଥିରେ ସହଯୋଗ କରିଥିଲେ।
Article Image
Article Image
5