ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ସି.ଆଇ.ଏସ୍.ଏଫ୍. ଆଇଓସିଲ , ତରଫରୁ ସୋଚ୍ଛ ଭାରତ କାର୍ଯ୍ୟକ୍ରମ l

ପାରାଦୀପ ଗଡ/ରଙ୍ଗିଆଗଡ , 09/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
କୁଜଙ୍ଗ ବ୍ଲକ, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର ରଙ୍ଗିଆଗଡ ମା ଶାରଳା ମନ୍ଦିରର ପରିସର ଓ ହନୁମାନ ପୀଠ ପାର୍ସବର୍ତ୍ତୀ ଅଞ୍ଚଳ ରେ ସି.ଆଇ.ଏସ୍.ଏଫ୍. ଆଇଓସିଲ୍ ୟୁନିଟ୍ ତରଫରୁ ଏକ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ରଂଗିଆଗଡ ଗ୍ରାମ ଟି ପାରାଦୀପ ତୈଳ ବିଶୋଧନାଗାର ସହିତ ସଂଲଗ୍ନ ହୋଇ ଥିବାରୁ ଏବଂ କଟକ - ପାରାଦୀପ ଓ ହରିଦାସ ପୁର - ପାରାଦୀପ ରେଲୱେ ଷ୍ଟେସନ ସନ୍ନିକଟ ରେ ଅବସ୍ଥିତ ଥିବାରୁ ଦୈନ ଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଏହି ପଥ ଦେଇ ଯିବା ଆସିବା କରନ୍ତି l ଫଳରେ ମନ୍ଦିର ଓ ରାସ୍ତା କଡ ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପଡ଼ିଥାଏ l ପରିବେଶ ଅସ୍ଵାସ୍ଥ୍ୟକର ହୋଇଥିବାରୁ, ଆଇଓସିଲ ସି.ଆଇ.ଏସ.ଏଫ୍. ୟୁନିଟ୍ ପକ୍ଷରୁ ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମ କରାଯାଇ ପରିବେଶ କୁ ପରିସ୍କାର କରଯାଇଥିଲା l ଉକ୍ର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, କମଣ୍ଡାଣ୍ଟ ସୁରେନ୍ଦ୍ର କୁମାର, ଇନ୍ସପେକ୍ଟର ଦୀପକ ସାହୁ, ଚରଣ ସିଂ, ପ୍ରଳୟ ବାନାର୍ଜୀ ଏବଂ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ସ୍ଵଚ୍ଛ ଭାରତ କାର୍ଯକ୍ରମରେ ସାମିଲ ହୋଇଥିଲେ l
Article Image
Article Image
Article Image
20