କୁଜଙ୍ଗ , 26/01/2025, ଉତ୍କଳ voice news - utkalvoicenews.comସାଧାରଣତନ୍ତ୍ର ଦିବସ ଅବସରରେ ଗୋପିଆକୁଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମାଗୋଳ ଖେଳ ପଡିଆ ରେ ଶିବ ଶକ୍ତି କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ୦୪ ଦିନ ବ୍ୟାପୀ ଆୟୋଜିତ ୫ମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ସୀମିତ ଓଭର କ୍ରିକେଟ୍ ସୀମିତ ଓଭର୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନ ଉତ୍ସଵ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଗୋପିଆକୁଦ ପଞ୍ଚାୟତ ସରପଞ୍ଚ ଶ୍ରୀନିବାସ ସ୍ୱାଇଁ, ଶିବ ଶକ୍ତି କ୍ରିକେଟ୍ କ୍ଲବ୍ ର ସମ୍ପାଦକ ସଂଗ୍ରାମ କୁମାର ମଲ୍ଲ ଯୋଗଦେଇ ଗ୍ରାମାଞ୍ଚଳ ରେ କ୍ରିକେଟ୍ ଖେଳ ଏକ ନିଆରା ଓ ସ୍ଵତନ୍ତ୍ର ଅନୁଭୂତି ବୋଲି ବର୍ଣ୍ଣନା କରିଥିଲେ l ଉଦଯାପନୀ ମ୍ୟାଚ୍ ରେ ନବାଡ଼ିଆ କ୍ରିକେଟ୍ କ୍ଲବ୍ କୁଜଙ୍ଗ କ୍ରିକେଟ୍ କ୍ଲବ୍ କୁ ୪୩ ରନ୍ ରେ ପରାସ୍ତ କରି ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦନ, ଉମା ଶଙ୍କର, ମାନିଆ ପ୍ରମୁଖ ଟୁର୍ଣ୍ଣାମେଣ୍ଟ କୁ ପରିଚାଳନା କରିଥିଲେ l