ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲ୍ୟ ବିବାହ ବନ୍ଦ ପାଇଁ କିଶୋରୀ ବାଳିକାଙ୍କ ରାଲି

ରାୟଗଡ଼ା / କାଶୀପୁର, 09/10/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲା କାଶୀପୁର ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ Living Farms ଦ୍ବାରା ରେଙ୍ଗା, ଗୋରଖପୁର, ଦୁଡୁକା ବାହଲ ଓ ସୁଙ୍ଗେର ଗ୍ରାମ ପଞ୍ଚାୟତ ର ୧୦୦ ଟି କିଶୋରୀ ବାଳିକା ମାନଙ୍କୁ ନେଇ ବାଲ୍ୟ ବିବାହ ବନ୍ଦ ନିମନ୍ତେ ରାଲି ଅନୁଷ୍ଠିତ ହୋଇଥିଲା। ଉକ୍ତ ରାଲି କୁ CDPO କାଶୀପୁର ଶୁଭାରମ୍ଭ କରିଥିଲେ। ରାଳିରେ CDPO, Supervisor, AWW , ସ୍ୱାସ୍ଥ୍ୟ ବିଭାଗର PHO ଭାରତୀ ଶବର ଓ supervisor ,ବ୍ଲକ ତରଫରୁ GPEO ଓ BPC Pesa Nityananda Naik ଓ କାଶୀପୁର ଥାନା ର କର୍ମଚାରୀ ଉପସ୍ଥିତ ରହି ରାଲି କୁ ପୂର୍ଣ ମାତ୍ରାରେ ସହଯୋଗ କରିଥିଲେ। ରାଲି କାଶୀପୁର ବ୍ଲକ ଅଫିସ ରୁ ଆରମ୍ଭ ହେଇ ଜଗନ୍ନାଥ ମନ୍ଦିରରେ ଶେଷ ହେଇଥିଲା। ରାଲି ଶେଷରେ କିଶୋରୀ ବାଳିକା ମାନେ ବ୍ଲକ କୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନେବା ପାଇଁ ଲିଖିତ ଆକାରରେ ଦାବିପତ୍ର ଜଣେଇ ଥିଲେ। ବ୍ଲକ ସଂଯୋଜକ ସୁକାନ୍ତ ନାଏକ ପରିଚାଳନା କରିଥିବା ବେଳେ ଅନୀଲ ନାଏକ, ଜଗା ମାଝୀ, ସତ୍ୟଜିତ ଦାସ, ସନ୍ତୋଷ ନାଏକ, ଦିଶାନୀ ପାତ୍ର, ଚଂଚଳା ନାଏକ, ଲଳିତା ନାଏକ ଓ ସବିତା ନାଏକ ସହଯୋଗ କରିଥିଲେ।
Article Image
7