ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
ପୌର ପରିଷଦ ଉପାଧ୍ୟକ୍ଷା ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ସ୍ତଗୀତ ରହିଲା
ରାୟଗଡ଼ା, 09/10/2025, ଉତ୍କଳ voice news - utkalvoicenews.com( ରୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ବିଜେଡ଼ି କାଉନସିଲର ମାନଙ୍କ ଦ୍ଵାରା ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ଥିଲା। ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ହାଇକୋର୍ଟ ଦ୍ୱରସ୍ତ ହେଇଥିଲେ। କୋର୍ଟ ଅନାସ୍ଥା ପ୍ରସ୍ତାବ ଉପରେ ସ୍ତଗିତ ଆଦେଶ ଜାରି ରଖିଛି । ପରବର୍ତ୍ତୀ ସମୟରେ କୋର୍ଟ ନିର୍ଦ୍ଦେଶ ଅନୁସାରେ ଗଣତି ହେବ ଓ ଫଳାଫଳ ଘୋଷଣା କରାଯିବ ବୋଲି ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉପ ଜିଲ୍ଲାପାଳ ଶ୍ରୀ ରମେଶ ଜେନା ଙ୍କ ଅଧ୍ୟକ୍ଷତା ରେ ଭୋଟିଙ୍ଗ ପ୍ରକ୍ରିୟା କରାଯାଇ ଥିଲା। ଭୋଟ ଦେବାକୁ ୨୧ ଜଣ କାଉନସିଲର ଉପସ୍ଥିତ ହୋଇଥିବା ଦେଖିବାକୁ ମିଳିଛି। ଅନାସ୍ଥା ପ୍ରସ୍ତାବ ସାମ୍ନା କରୁଥିବା ଶୁଭ୍ରା ପଣ୍ଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ସହ ଭୋଟିଂ ସ୍ଥଳକୁ ଆସିଥିଲେ। ଭୋଟିଂ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାରେ ପରିଚାଳନା ପାଇଁ ୨ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି। ସୁଚନା ଅନୁଯାୟୀ ବିଜେଡିର ପର୍ବତନ ସଭାପତି ଶ୍ରୀ ଭାସ୍କର ରାଓ ବିଜେଡି ଦଳକୁ ଆଲବିଦା କହି ନୂତନ ଦଳ ବିଜୁ ସ୍ବାଭିମାନ ମଞ୍ଚ ନାମକ ଏକ ସଂଗଠନ ଗଠନ କରିଛନ୍ତି। ଉକ୍ତ ସଂଗଠନ ରେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଯୋଗ ଦେଇ ନଥିଲେ। ସେଥିପାଇଁ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ନେତା ଆଇନର ସହାୟତା ନେଇ ଅପ୍ରିତିକର ପରିସ୍ଥିତିରୁ ମୁକୁଳିବା ପାଇଁ ଆଇନର ସହାୟତା ନେଇଥିଲେ । ବୁଧବାର ବିଜୁ ଜନତା ଦଳର ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଓଡ଼ିଶା ପୌର (ସଂଶୋଧନ) ନିୟମ ୨୦୧୮ର ନିୟମ ୪୬ ଖ ଦ୍ୱାରା ଦିଆଯାଇଥିବା କ୍ଷମତା ବ୍ୟବହାର କରି ଦଳୀୟ କାଉନସିଲରଙ୍କୁ ଦଳୀୟ ପତ୍ର ମାଧ୍ୟମରେ ଅନାସ୍ଥା ବିରୋଧରେ ଭୋଟ ପାଇଁ ହ୍ବିପ ଜାରି କରିଥିଲେ। ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ଭୋଟ ଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନବୀନ ପଟ୍ଟନାୟକ ଧମକ ମଧ୍ୟ ଦେଇଥିଲେ। କୋର୍ଟ ନିର୍ଦ୍ଦେଶ ଦେଉଛନ୍ତି ଯେ ରାୟଗଡା ପୌରପାଳିକାର ଉପାଧ୍ୟକ୍ଷ ପଦବୀ ପାଇଁ "ଅନାସ୍ଥା ପ୍ରସ୍ତାବ" ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଏହି କୋର୍ଟଙ୍କ ଅନୁମତି ବିନା ପ୍ରକାଶିତ ହେବ ନାହିଁ। ବଲ୍ଲୋଟ ବକ୍ସ ସିଲ କରି ରଖାଯାଇଛି।
3