ପାରାଦୀପ ଗଡ , 10/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ୨୦ତମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ମହା ସମାରୋହ ରେ ଅନୁଷ୍ଠିତ ହେଉଅଛି l ମାର୍କେଟ କମ୍ପ୍ଲେକ୍ସ ରେ ଥିବା ବ୍ୟବସାୟୀ ମାନେ ଶାନ୍ତି ଶୃଙ୍ଖଳାର ସହିତ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି l ପୂଜାର ୪ର୍ଥ ସନ୍ଧ୍ୟାରେ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଭୁବନେଶ୍ୱର ରୁ ଆସିଥିବା ମେଲୋଡି ଗ୍ରୁପ୍ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ରେ ଦର୍ଶକ ମାନେ ନାଚ ଗୀତ ରେ ଝୁମି ଥିଲେ l ଆୟୋଜିତ ସାଂସ୍କୃତିକ ସଭାରେ କମିଟି ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପରେଶ୍ୱର୍ ମନ୍ଦିର ପରିଚାଳନା କମିଟି ର ସଭାପତି ପ୍ରଶାନ୍ତ ବାବା ଯୋଗ ଦେଇ ଏପରି ଭବ୍ୟ ଆୟୋଜନ ପାଇଁ କମିଟି କୁ ପ୍ରଶଂସା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ରମେଶ ଚନ୍ଦ୍ର ବେହେରା, ଉପ ସଭାପତି ଅଲେଖ ମହାରଥା, ଅଶୋକ ବେହେରା, ପ୍ରଶାନ୍ତ ସେଠୀ, ଦୀପକ ପଣ୍ଡା, ସତ୍ୟନାରାୟଣ ମହାପାତ୍ର, ରଶ୍ମି ରଂଜନ ରଥ, ପ୍ରଶାନ୍ତ ପରିଡ଼ା, ରବୀନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l