ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସନ୍ତୋଷ କୁମାର ପଟ୍ଟନାୟକ ହେଲେ ରାଜ୍ୟ ବିଜୁଜନତା ଦଳର ସମ୍ପାଦକ

କୁଜଙ୍ଗ/ବଳରାମପୁର, 10/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ବିଜୁ ଜନତାଦଳର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଏବଂ କୁଜଙ୍ଗ ମାଟିର ପୁଅ ତଥା ପୂର୍ବ ଭାରତ ଜଳ ବିଶୋଧନଗାର ଶ୍ରମିକ ସଂଘ ଓ ଜଗତସିଂହପୁର ଟ୍ରକ୍ ମାଲିକ ସଂଘର ସଭାପତି ସନ୍ତୋଷ ପଟ୍ଟନାୟକ ଙ୍କୁ ନବ ନିଯୁକ୍ତ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବେ ମନୋନୀତ କରିଥିବାରୁ ପାରାଦୀପ ତଥା କୁଜଙ୍ଗ ଅଞ୍ଚଳରେ ଖୁସି ର ଲହରି ଖେଳି ଯାଇଛି। ବିଜୁ ଜନତା ଦଳ ର ରାଜ୍ୟ ସଭାପତି ଉକ୍ତ କାର୍ଯ୍ୟ ପାଇଁ ମନୋନୀତ କରିଥିବାରୁ ଶ୍ରୀଯୁକ୍ତ ପଟ୍ଟନାୟକ ନିଜକୁ ଧନ୍ୟ ମନେ କରିବା ସହିତ ବିଜୁ ଜନତାଦଳର ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟ ବାଦ ଦେବା ସହିତ ସମସ୍ତ ରାଜ୍ୟ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ଗୁଣ୍ଡୁଚି ମୂଷା ହୋଇ ପାରାଦୀପ ନିର୍ବାଚନ ମଣ୍ଡଳୀ ଏବଂ ରାଜ୍ୟର ଯେ କୌଣସି ସେବାରେ ମୋତେ ନିୟୋଜିତ କରିବେ ସେ ସମସ୍ତ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।ଆଗାମୀ ଦିନରେ କିପରି ଦଳର ସଂଗଠନ ସୁଦୃଢ ହେବ ଓ ପୁନର୍ବାର କିପରି ଦଳର ସଭାପତି ଆଉଥରେ ମୁଖ୍ୟ ମନ୍ତ୍ରୀ ପଦରେ ଅବସ୍ଥାପିତ ହେବେ ସେଥିପାଇଁ ଆମେ ସମସ୍ତେ ସତ୍ ଚେଷ୍ଟା କରିବୁ ବୋଲି ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି ।
Article Image
Article Image
Article Image
29