ଏରସମା, 10/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବାଲିକୁଦା ଏରସମା ବିଜୁଜନତା ଦଳ ପକ୍ଷରୁ, ଏରସମା ଠାରେ ପଦଯାତ୍ରା ଓ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି।ଅକ୍ଟୋବର ୯ ରୁ ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବିଜେଡିର ପଦଯାତ୍ରା କ୍ରମରେ, ଗୁରୁବାର ଶତାଧିକ ବିଜେଡି କର୍ମୀମାନେ ଏରସମା ଜଗନ୍ନାଥ ମନ୍ଦିରରୁ ପଦଯାତ୍ରାରେ ବାହାରିଥିଲେ। ଏରସମା ବଜାର ଅଞ୍ଚଳ ପରିକ୍ରମା, ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ବିଜୁବାବୁଙ୍କ ପ୍ରତିର୍ମୂର୍ତ୍ତରେ ମାଲ୍ୟାର୍ପଣ ପରେ ବସ୍ ଷ୍ଟାଣ୍ଡ ନିକଟରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଆୟୋଜିତ ପଥପ୍ରାନ୍ତ ସଭାରେ ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ, ବିଗତ ୨୪ ବର୍ଷରେ ଓଡିଶାରେ ବିଜୁଜନତା ଦଳର ସୁଶାସନ ଚାଲିଥିଲା ବେଳେ,ବର୍ତ୍ତମାନ ବିଜେପି ସରକାରରେ ମହିଳାମାନେ ଅସୁରକ୍ଷିତା ହୋଇପଡିଛନ୍ତି ବୋଲି କହିଛନ୍ତି। ତେବେ ସୁଭଦ୍ରା ଯୋଜନା, ଓ ବାର୍ଦ୍ଧକ୍ୟ ଭତ୍ତା ବ୍ରୃଦ୍ଧି ଭଳି ଅନେକ ପ୍ରତିଶ୍ରୁତିକୁ ପାଳନ କରିବାରେ ବିଜେପି ସରକାର ବିଫଳ ହୋଇଛି ବୋଲି କହି ସମାଲୋଚନା କରିଥିଲେ।ବିଜୟ କୁମାର ସ୍ଵାଇଁ ସଭାପତିତ୍ବରେ ଆୟୋଜିତ ପଥପ୍ରାନ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ଉପାଧ୍ୟକ୍ଷ ବିକାଶ ପରିଡା, ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ବିଜୁଜନତା ଦଳର ଯୁବ ସଭାପତି ପାର୍ଥ ସାରଥି ରାଉତ, ଉପସଭାପତି ଲୋକନାଥ ରାଉତ, ଚଟୁଆ ପଞ୍ଚାୟତ ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ମହାନ୍ତି,ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସଙ୍କ ସମେତ ଏରସମା ବ୍ଲକ୍ ପଚିଶି ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସଭାପତି ଓ ବିଜୁଜନତା ଦଳର କର୍ମକର୍ତ୍ତାମାନେ ଯୋଗଦେଇ ଥିଲେ।ବିଷ୍ଣୁ ଚରଣ ପ୍ରଧାନ ଧନ୍ୟବାଦ ଦେଇଥିଲେ।