ଏରସମା, 26/01/2025, ଉତ୍କଳ voice news - utkalvoicenews.com
ଜଗତସିଂହପୁର ଜିଲ୍ଲା ଶଙ୍ଖେଶ୍ଵର ଜନାର୍ଦ୍ଦନପୁର ସନ୍ତୋଷୀ ମନ୍ଦିର ପ୍ରାଙ୍ଗଣରେ ସୁଭାଷ ବୋଷ ଜୟନ୍ତୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ରାମାୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁନନା)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ଜ୍ୟୋତିର୍ବିଦ ତଥା ସମାଜ ସୁଧାରକ ଡ଼ ଅରୁଣ କୁମାର ପାଣି ଉଦଘାଟନ କରି କହିଲେ ଯେ ସୁଭାଷ ବୋଷଙ୍କ ଜୟନ୍ତୀରେ ଯୁବକ ମାନେ ସଚେତନ ହୁଅନ୍ତୁ ନିଶା ଖାଇ ରକ୍ତ ରାସ୍ତାରେ ଦେବା ଅପେକ୍ଷା ଅସହାୟ ରୋଗୀକୁ ଦାନ ଦିଅନ୍ତୁ, ବାକ୍ୟରେ ନୁହେଁ କର୍ମରେ ଦେଶପ୍ରେମୀ ହୁଅ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲର ମାନ୍ୟବର ବିଧାୟକ ଡ଼ ରମାକାନ୍ତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ସାହିତ୍ୟ ରତ୍ନ ଡ଼ ସୁରେନ୍ଦ୍ର ନାଥ ତ୍ରିପାଠୀ, ଡ଼ ଆରତୀ ତ୍ରିପାଠୀ, ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ, ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ନାରାୟଣ ନାୟକ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା,ଉମାକାନ୍ତ ନାୟକ, ହେମନ୍ତ କୁମାର ନାୟକ, ରତ୍ନବଟର ଦେବେନ୍ଦ୍ର କୁମାର ସାହୁ, ଦେବେନ୍ଦ୍ର କର,ଓଡିଶାକର୍ମଚାରୀ ସଂଘ ସଭାପତି ପ୍ରଭାତ କୁମାର ମହାନ୍ତି ,ଖିରୋଦ ବାରିକ, ନିଲୁ ଚରଣ ଜେନା,ଅତୃପ୍ତି ମହାପାତ୍ର, ପ୍ରଭାସ ବେହେରା ପ୍ରମୁଖ ଯୋଗଦାନ କରିଥିବା ବେଳେ, ଶିକ୍ଷକ ନେତା ବିନୋଦ କୁମାର ମୁଦୁଲି ମଞ୍ଚ ପରିଚାଳନା କରିଥିଲେ। ବିଧାୟକ ଡ଼ ଭୋଇଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରାରମ୍ଭରେ ଏକ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଡ଼ ଭୋଇ ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
