ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଲ୍ ଓଡ଼ିଶା ସିଆର୍‌ପି.ସିଏମ୍. ଆସୋସିଏସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର

ରାୟଗଡ଼ା, 10/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଅଲ୍ ଓଡ଼ିଶା ସିଆର୍‌ପି.ସିଏମ୍. ଆସୋସିଏସନ ରାୟଗଡ଼ା ଜିଲ୍ଲା ଶାଖା ସଭାନେତ୍ରୀ ଶ୍ରୀମତୀ ଭାରତୀ ନାୟକ ଏବଂ ଜିଲ୍ଲା ସମ୍ପାଦିକା ଶ୍ରୀମତୀ ହିରା ଦେବୀ ପ୍ରଧାନଙ୍କ ନେତୃତ୍ବରେ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବି ପତ୍ରରେ ସଙ୍ଘ ପକ୍ଷରୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ କୌଣସି ସ୍ଥାନରେ ଆମ ସଂଘ ତରଫରୁ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ କରାଯାଉନାହିଁ । ଦଶହରା ପର୍ବ ଥିବା କାରଣରୁ ସିଆର୍‌ପି ସିଏମମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଏହା ବ୍ୟତୀତ ରାଜ୍ୟରେ କାର୍ଯ୍ୟରତ ଥିବା କୌଣସି ସିଆର୍‌ପିମାନଙ୍କୁ କାର୍ଯ୍ୟରୁ ବାହାର କରା ନ ଯାଇ ପୂର୍ବରୁ ସଂଘ ପକ୍ଷରୁ ଦିଆଯାଇଥିବା ଦାବିଗୁଡ଼ିକ ପୂରଣ ଦିଗରେ ପୁର୍ନବିଚାର କରାଯାଉ ଓ ତତ୍ ସଙ୍ଗେ ସଙ୍ଗେ ସିଆର୍‌ପି ସିଏମମାନଙ୍କ ସମସ୍ୟା ନେଇ ସଂଘର କର୍ମକର୍ତ୍ତାମାନଙ୍କ ସହ ସରକାର ଆଲୋଚନା କରିବାପାଇଁ ସୁଯୋଗ ଦେବା ନେଇ ଅନୁରୋଧ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ଉପସଭାନେତ୍ରୀ ଏସକେ ପଙ୍କଜିନୀ ନାଗ , କୋଷାଧ୍ୟକ୍ଷ ଶ୍ରୀମତୀ ଯାଗାମା ପେରିସିକା , ଗଲ୍ୟାତ ବ୍ରେକବେଡା , ଲକ୍ଷ୍ମୀ ହିସାବ ସହ ଅଲ୍ ଓଡ଼ିଶା ସିଆର୍‌ପି.ସିଏମ୍. ଆସୋସିଏସନର ସମସ୍ତ ବ୍ଳକର ସିଆରପି ସିଏମ ମାନେ ଯୋଗ ଦେଇଥିଲେ
5