ଢେଙ୍କାନାଳ, 10/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ଭାରତୀୟ ୟୋଗ ସଂସ୍ଥାନ ଢେଙ୍କାନାଳ ୟୋଗ ଜ଼ିଲ୍ଲା ରେ ଜ଼ିଲ୍ଲା ପରିଷଦ ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ କର| ଯାଇଛି | ଉକ୍ତ ଦିବସରେ, ଭାରତୀୟ ଯୋଗ ସଂସ୍ଥାନ ର ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଜୀ ମୁଖ୍ୟ ଅତିଥି ଓ ସନମାନିତ ଅତିଥି ଶ୍ରୀ ରଘୁନାଥ ରେଡ୍ଡୀ ଜୀ ଓ Dsso ଶ୍ରୀ ନରେଶ ଚନ୍ଦ୍ର ସ୍ବାଇଁ ଜୀ, ଏବଂ ସଭ୍ୟ ଶ୍ରୀ ବିଶ୍ୱନାଥ ବେହେରା ଜୀ ସମେତ ଆଜିର ସଭାପତି ଶ୍ରୀ ବସନ୍ତ ପଟ୍ଟନାୟକ ଜୀ କରିଥିଲେ | ଢେଙ୍କାନାଳର ଜ଼ିଲ୍ଲା ପ୍ରଧାନ ସୁଶୀଲ କୁମାର ପଣ୍ଡା ଜୀ, ଓଁକାର ଧ୍ୱନି, ଗାୟତ୍ରୀ ମନ୍ତ୍ର କରାଇ ଥିଲେ, ଉପ ପ୍ରାଧାନ ଶ୍ରୀ ରଘୁନାଥ ତ୍ରିପାଠୀଜୀ, ପରିଚାଳନା ଓ ସୁକ୍ଷ୍ମ କ୍ରିୟା କରାଇଥିଲେ | ଦିଲ୍ଲୀପ ମହାନ୍ତି ଜୀ ଆସନ ହାସିକ୍ରିୟା, Dr. N. C. Rout ଜୀ ପ୍ରାଣାୟାମ କରାଇ ଥିଲେ l ଏଥି ସହିତ ସମସ୍ତ ବରିଷ୍ଠ ନାଗରିକ, କ୍ଷେତ୍ର ଅଧିକାରୀ,, କେନ୍ଦ୍ର ପ୍ରମୁଖ, ଉପରେ ପ୍ରମୁଖ, ସାଧକ ସାଧିକା, ଉପସ୍ଥିତ ରହି ଯୋଗା ଭ୍ୟାସ କାରିଥିଲେ |ଶେଷରେ ଶାନ୍ତିପlଠ ଧନ୍ୟବାଦ ଅର୍ପଣ କରି ସଭାପତି ସଭା ସାଙ୍ଗ କରାଇଥିଲେ।