ଢେଙ୍କାନାଳ, 10/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ଢେଙ୍କାନାଳ, ତା. ୧୦.୧୦.୨୦୨୫- ଆଜି ଢ଼େଙ୍କାନାଳରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି।ଏହିି ଅବସରରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଏକ ସାଧାରଣ ସଭା ଅନୁଷିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ସକାରାତ୍ମକ ମନୋଭାବ ନେଇ ଚ଼ଳଚ଼ଞ୍ଚଳ ରୁହନ୍ତୁ ବୋଲି ଆଶା ବ୍ୟକ୍ତ କରିଥିଲେ ।ସମସ୍ତେ ଖୁସିରେ ରୁହନ୍ତୁ, ଖୁସିରେ ରହିଲେ ଅଧିକ ଦିନ ବଞ୍ଚିବା ସହିତ ଜୀବନକୁ ଉପଭୋଗ କରିପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ ।ସେ ସମସ୍ତଙ୍କର ସୁଖମୟ ଜୀବନ କାମନା କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ସେ ସମ୍ବର୍ଦ୍ଧିତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଶ୍ରୀ ନରେଶ ଚ଼ନ୍ଦ୍ର ସ୍ୱାଇଁ ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ସ୍ୱାଗତ ଜଣାଇବା ସହ ଆଜି ଜିଲ୍ଲା ତଥା ସମସ୍ତ ବ୍ଲକ୍ ସ୍ତରରେ ଏହି ଦିବସ ପାଳନ କରାଯାଇ ସେମାନଙ୍କର ସାମାଜିକ, ଆର୍ଥିକ, ସ୍ୱାସ୍ଥ୍ୟ ଭିତ୍ତିକ, ଆଇନଗତ ସୁରକ୍ଷା ପାଇଁ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏହି ଉତ୍ସବରେ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଶ୍ରୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ,ଶ୍ରୀ ବସନ୍ତ କୁମାର ପଟ୍ଟନାୟକ, ଶ୍ରୀ ଯୋଗୀନାଥ ମହାନ୍ତି, ଶ୍ରୀ ଦୁର୍ଗା ଚରଣ ମିଶ୍ର ଏବଂ ଡ଼ି.ଏସ.ପି. କେ. ଜିସା, ଡ଼ାକ୍ତର ସାନ୍ତନୁ ଟୁଡୁ ଅତିଥି ଭାବେ ଯୋଗ ଦେଇଥିଲେ । ନିଜର ଅନୁଭୂତି ଓ ଅଭିଜ୍ଞତା ପାଇଁ ସେମାନେ ନମସ୍ୟ ଓ ରାଷ୍ଟ୍ରିୟ ସଂପଦ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସେମାନେ ପରିବାର ପାଇଁ ଅମୂଲ୍ୟ ସଂପଦ । ପରସ୍ପର ମଧ୍ୟରେ ସହଯୋଗ ଓ ସାହାଯ୍ୟ ମନୋଭାବ ରଖି ଜୀବନ ଯାପନ କଲେ ଜୀବନକୁ ସୁଖମୟ କରିହେବ ଓ ମଣିଷ ଜନ୍ମ ସାର୍ଥକ ହେବ ବୋଲି ମତବ୍ୟକ୍ତ କରିଥିଲେ । ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା, ଉତ୍ତମ ସ୍ୱାସ୍ଥ୍ୟ ଓ ନିରାପତ୍ତା ପାଇଁ ସମସ୍ତେ ଯତ୍ନବାନ ହେବା ଉଚ