ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ଵ ମାନସିକ ଅନଗ୍ରସର ସ୍ବାସ୍ଥ୍ୟ ଦିବସ ପାଳିତ

ଢେଙ୍କାନାଳ, 10/10/2025, ଉତ୍କଳ voice news - utkalvoicenews.com( ଢ଼େଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଶୁକ୍ରବାର ଦିନ ଲାଉଲଇ ସ୍ଥିତ ଫିସିଓଥେରାପି ସେଣ୍ଟର ଠାରେ ବିଶ୍ଵ ମାନସିକ ଅନଗ୍ରସର ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରିୟ ର ନିର୍ଦେଶକ ଟଙ୍କଧର ବାରିକ ଯୋଗ ଦେଇଥିଲେ। ଫିଜିଓଥେରାପିଷ୍ଟ ନିବେଦିତା ନାୟକ, ସାହିଲ ଆଫ୍ରୀଡ, ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ। MR ଦିବ୍ୟାଙ୍ଗ ପିଲା ମାନଙ୍କୁ କୌଣସି କାମରେ ନ ଲଗାଇ, ସେମାନଙ୍କ ଉପରେ ବିରକ୍ତି ନ ହୋଇ ସେମାନଙ୍କର ଉଚିତ୍ ଯତ୍ନ ନେବା ପାଇଁ ନିର୍ଦେଶକ ଟଙ୍କଧର ବାରିକ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସଠିକ୍ ଔଷଧ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯକ୍ରମ ଟିକୁ ପ୍ରିୟ ର ସମସ୍ତ କର୍ମକର୍ତ୍ତା ତଥା ଇଲନ ପ୍ରଭା ସେନାପତି, ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସ୍ୱାଗତିକା ରାଉତ, ଲକ୍ଷ୍ମୀପ୍ରିୟା ନାୟକ, ବୈକୁଣ୍ଠନାଥ ପାତ୍ର, ରବୀନ୍ଦ୍ର କୁମାର ସାମଲ, ପର୍ଶୁରାମ ଦାସ, ପ୍ରକାଶ ସାମଲ ଯୋଗଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।
4