ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡିଶା ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ଢେଙ୍କାନାଳ ଜୋନ୍‌ର ସାଧାରଣ ବୈଠକ ଓ ନିର୍ବାଚନ

ଢେଙ୍କାନାଳ, 10/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ, ୧୦/୧୦: ଢେଙ୍କାନାଳ ସହର ଲେଖକ ସଂସଦ ଭବନ ଠାରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘ ଢେଙ୍କାନାଳ ଜୋନ୍‌ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି । ଏଥୁରେ ରବୀନ୍ଦ୍ର ନାଥ ପରିଡା ସଭାପତିତ୍ୱ କରିଥିଲେ । ସଂଘ ପୂର୍ବ ସ୍ଥିତିକୁ ମନେପକାଇ ବିଶେଷ ଆଲୋଚନା କରାଯାଇଥିଲା । ପ୍ରଥମେ ଦିବଂଗତ ଷ୍ଟାଫ୍‌ମାନଙ୍କ ପାଇଁ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ପ୍ରାୟ ୧୦୦ରୁ ଉର୍ଦ୍ଧ ସଭ୍ୟ ଉପସ୍ଥିତ ଥିଲେ । ବର୍ତମାନ ଯେଉଁ ଅବସରପ୍ରାପ୍ତ ସଭ୍ୟମାନଙ୍କୁ ୭୦ ବର୍ଷ ଓ ଉର୍ଦ୍ଧ୍ବ ବୟସ ହୋଇଥିଲା ସେମାନଙ୍କୁ ସମ୍ବର୍ଷିତ କରାଯାଇଥିଲା । ନୂତନ ବର୍ଷର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନରେ ପ୍ରତିଦ୍ଵନ୍ଦିତା ହେବାରୁ ପିତାମ୍ବର ପତି ନିର୍ବାଚନ ପରିଚାଳନା କରିଥିଲେ । ଶେଷରେ ବିଶେଶ୍ଵର ରାଉତ ସଭାପତି, ଗାୟତ୍ରୀ ମିଶ୍ର ଉପସଭାପତି ଓ ଧୀରେନ୍ଦ୍ର ନାଥ ମହାନ୍ତି ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ । ସଭା ଶେଷରେ ରବୀନ୍ଦ୍ର ନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
3