ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗାଧୋଇବାକୁ ଯାଇ କେନାଲ ରେ ବୁଡ଼ି ଯୁବକ ମୃତୁ।

ଯାଜପୁର, 10/10/2025, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ବଡ଼ଚଣା ବ୍ଲକ ଅନ୍ତର୍ଗତ ବୈରୀ ହାଇଲେବୁଲ କେନାଲ ରେ ବୁଡ଼ି ଯୁବକଙ୍କ ମୃତୁବରଣ କରିଥିବା ଜଣାପଡିଛି।ସୂଚନା ମୁତାବକ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବୈରୀ ଥାନା ଅଧୀନସ୍ଥ ଛତିଆ ଇଛନଗର ପଟଣାର ରଣା ହେମ୍ରମଙ୍କ ପୁଅ କଣ୍ଡା ହେମ୍ରମ(୧୯) ବୈରୀ ହାଇ ଲେବୁଲ କେନାଲ କୁ ଗାଧେଇବାକୁ ଆସିଥିବା ବେଳେ ଘରକୁ ଆଉ ଫେରିନଥିଲେ। କଣ୍ଡା ହେମ୍ରମ ଓ ତାଙ୍କ ପଡୋଶୀ ମାନେ ସନ୍ଧ୍ୟା ସମୟ ରେ କେନାଲ ର ଆଖ ପାଖ ରେ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଯୁବକ ଜଣକର କୌଣସି ଖବର ମିଳିପାରିନଥିଲା।ଆଜି ସକାଳେ ତାଙ୍କ ମୃତ ଶରୀର କେନାଲ ରେ ଭାସୁଥିବାର କିଛି ଲୋକ ଦେଖିଥିଲେ।ଖବରପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ।ପରେ ମୃତ ଯୁବକର ବଡ଼ ଭାଇ ବୈରୀ ପୋଲିସ କୁ ଖବର ଦେଇଥିଲେ।ଖବର ପାଇଁ ବୈରୀ ପୋଲିସ ଓ ଛତିଆ ସରପଞ୍ଚ ରମେଶ ପୃଷ୍ଟି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବୈରୀ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଅଗ୍ନିଶମ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ କେସ ନଂ ୧୫/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।
4