ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସରକାରୀ ଉଚ୍ଚ ବିଦ୍ୟାଳୟ ଚଟୁଆରେ ତ୍ସୁରଭି କାର୍ଯ୍ୟକ୍ରମ

ଏରସମା, 11/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ଉଚ୍ଚ ବିଦ୍ୟାଳୟରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉତ୍ସବରେ ଚଟୁଆ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ସ୍ମିତା ଦାସ ପ୍ରଦୀପ ପ୍ରଜ୍ବଳନ କରି ସୁରଭି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଶିକ୍ଷକ ମୃତ୍ୟୁଞ୍ଜୟ ଜୟଶିଂ ଅତିଥି ପରିଚୟ ପ୍ରଦାନ କରିଥିଲେ।ସି ଆର୍ ସି ସି ରାଜଶ୍ରୀ ବେହେରା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଚଟୁଆ ଉଚ୍ଚ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କଲ୍ୟାଣୀ ସ୍ମିତା ଦାସ କେବଳ ପୁସ୍ତକଗତ ଶିକ୍ଷା ଶିକ୍ଷା ନୁହେଁ ସାହିତ୍ୟ ସଙ୍ଗୀତ କଳା ସଂସ୍କୃତିକୁ ନେଇ ଗୋଟିଏ ଜାତି ବା ଦେଶ ସମୃଦ୍ଧ ,ତେଣୁ ତାକୁ ବଞ୍ଚାଇବାକୁ ହେଲେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ଅଂଶୁମାନ ମିଶ୍ର ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ଥିବା ଦଶଗୋଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ଚଟୁଆ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଶିକ୍ଷକ ବିଶିକେଶନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବିତର୍କ , ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍ , ବକୃତା ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନରେ ୧୦ ଗୋଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଓ ଅଭିଭାବକ ମାନେ ଯୋଗଦେଇ ଥିଲେ।
Article Image
Article Image
14