ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନାଉଗାଁ ବ୍ଲକ୍ ଯାଦବ ମହାସଭାର ସାଙ୍ଗଠନିକ ବୈଠକ

ଜଗତସିଂହପୁର, 26/01/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଯାଦବ ମହାସଭାର ସାଙ୍ଗଠନିକ ବୈଠକ ଯାଦବ ନେତା ସୁନିଲ ମାଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ଏହି ବୈଠକରେ ଜିଲ୍ଳା ଯାଦବ ମହାସଭାର ସୁବାଷ ଚନ୍ଦ୍ର ବେହେରା, ସୁକାନ୍ତ କୁମାର ଦାସ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଯାଦବ ମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ବିକାଶ ସଂପର୍କରେ ଆଲୋଚନା କରାଯାଇଥିଲା l ନାଉଗାଁ ବ୍ଲକର ୧୬ଟି ପଞ୍ଚାୟତର ଗୋପାଳ ଭାଇମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା l ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଯାଦବ ସଂଗଠନକୁ ସୁଦୃଢ କରିବା ପାଇଁ ନିଷ୍ପତି ନିଆଯିବା ସହିତ ଆସନ୍ତା ମାର୍ଚ୍ଚ ମାସରେ ଜଗତସିଂହପୁର ଯାଦବ ମହାସଭା ତରଫରୁ ହେବାକୁ ଥିବା ଜିଲ୍ଲାସ୍ତରୀୟ ଯାଦବ ସମାବେଶକୁ ସଫଳ କରିବା ପାଇଁ ନାଉଗାଁ ବ୍ଲକର ଯାଦବ ଭାଇମାନଙ୍କର ପ୍ରମୂଖ ଭୂମିକା ରହିବ ବୋଲି ଉକ୍ତ ବୈଠକରେ ବ୍ଲକସ୍ତରୀୟ ନେତୃବୃନ୍ଦମାନେ ପ୍ରତିଶ୍ରୁତି ଦେଇଥିଲେ l ଏହି ସାଙ୍ଗଠନିକ୍ ବୈଠକରେ ନାଉଗାଁ ବ୍ଲକର ସୁନୀଲ କୁମାର ମାଟିଆ, କୃପାସିନ୍ଧୁ ଦାସ, ଜ୍ୟୋତିରଂଜନ ଦାସ, ସୁମନ ଦାସ, ସୌମ୍ୟ ସଞ୍ଜୀବ ଦାସ, ରଞ୍ଜିତ ଦାସ, ରାଜା ଦାସ, ତାପସ ଦାସ, ଗୋବିନ୍ଦ ଚନ୍ଦ୍ର ଦାସ, ସରୋଜ ପଲେଇ, ଦିଲ୍ଲୀପ ଦାସ, କାଗୁ ପଲେଇ, ବଟକୃଷ୍ଣ ଦାସ, କାବୁଲି ଦାସ, ଧର୍ମେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ନାଉଗାଁ ବ୍ଲକସ୍ତରରେ ନାଉଗାଁ ବ୍ଲକ୍ ଯାଦବ ମହାସଭାକୁ ତୃଣମୂଳସ୍ତରରେ ଯାଦବ ଭାଇମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ l
9