ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହିନ୍ଦୀ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଗଚ୍ଛାୟତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା।

ଏରସମା, 11/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ଶାରଳା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ହିନ୍ଦୀ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ଗଚ୍ଛାୟତଙ୍କୁ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଶାରଳା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଏରସମା ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲିଆକତ୍ ଅଲ୍ଲୀ ଖାଁ ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟାପକ ତଥା ସ୍ତମ୍ଭକାର ହିମାଂଶୁ ଶେଖର ଆଚାର୍ଯ୍ୟ,ସମ୍ମାନିତ ଅତିଥି ଆଖଣ୍ଡଳମଣି ବିଦ୍ୟାପୀଠ ଶିକ୍ଷକ ବିନୋଦ ବିହାରୀ ମୁଦୁଲି, ଶାରଳା ସରକାରୀ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନିରଞ୍ଜନ ପରିଡା, ଶିକ୍ଷକ ଉପେନ୍ଦ୍ର ନାଥ ପରିଡା, ଭିତର ଅନ୍ଧାରୀ ସରପଞ୍ଚ ଭୁବନେଶ୍ୱରୀ ମାଝି, ଶାରଳା ସରକାରୀ ଉଚ୍ଚ ବିଦ୍ୟାଳୟ ସଭାପତି ତପନ କୁମାର ମହାପାତ୍ର,ଚନ୍ଦ୍ରକାନ୍ତ ଗଚ୍ଛାୟତ, ସିଂହପୁର କ୍ଲଷ୍ଟର ସିଆରସିସି ମେନକା ମଞ୍ଜରୀ ସ୍ୱାଇଁ,ପୂର୍ବତନ ୨୦୦୯ ବ୍ୟାଚର ଛାତ୍ରଛାତ୍ରୀ ଅରୁଣ କୁମାର ବିଶୋଇ,ରାଜେଶ ନାୟକ,ବିକ୍ରମ ଗଚ୍ଛାୟତ,ମୋନାଲିସା ପ୍ରିୟଦର୍ଶୀନି,ବେବିନା ମହାପାତ୍ର,ପିଙ୍କୁ ବିଶୋଇ,ଦାମୋଦର ରାଉତ, ସନ୍ତୋଷ କୁମାର ସ୍ୱାଇଁ,ଓ ଶାରଳା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇ,ଶ୍ରୀମତୀ ଗଚ୍ଛାୟତଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ।
Article Image
4