ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାସ୍ତା, ପାନୀୟ ଜଳ, ବିଜୁଳି, ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଗ୍ରାମବାସୀ

ରାୟଗଡ଼ା/କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ମୁନୁଷପଦର ଗ୍ରାମ , 12/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡ଼ା ଜିଲ୍ଲାରେ ସରକାର ଗାଁ ଗାଁକୁ ବିକାସ କରିବା ଲକ୍ଷ୍ୟରେ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜି ଭି ଅନେକ ଗ୍ରାମକୁ ବିକାଶ ଅପହଞ୍ଚ ହୋଈ ରହିଛି।
Article Image
ଏଭଳି ଏକ ଗ୍ରାମ ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ମୁନୁଷପଦର ଗ୍ରାମ l ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନାନାଦି ଯୋଜନା କରି ଆଦିବାସୀଙ୍କ ଜୀବନ ଧାରାରେ ବଡ଼ ପରିବର୍ତ୍ତନ ଆଣିଥିବା କଥା କହୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଏବେବି ଅନେକ ଆଦିବାସୀ ବହୁଳ ଗାଁର ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣି ନାହାନ୍ତି। ଗ୍ରାମବାସୀ ରାସ୍ତା, ପାନୀୟ ଜଳ, ବିଜୁଳି, ଓ ସ୍ୱାସ୍ଥ୍ୟ ଭଳି ସମସ୍ୟା ଲାଗି ରହିଥିବାରୁ ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଛନ୍ତି କିନ୍ତୁ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସବୁଜିମା ଭରା ଘଞ୍ଚଜଙ୍ଗଲ ପାହାଡ଼ିଆ ଅଞ୍ଚଳରେ ବସବାସ କରୁଛନ୍ତି ୪୦ ରୁ ୫୦ ଘରର ଆଦିବାସୀ ଜନଜାତି I ଦେଶ ଡିଜିଟାଲ ଇଣ୍ଡିଆ ହୋଇଗଲାଣି କିନ୍ତୁ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଜୁଳିର ଆଲୋକ ଦେଖିବା ସ୍ବପ୍ନ ପାଲଟିଛି ଗ୍ରାମବାସୀଙ୍କ ପାଇଁ ।କିନ୍ତୁ ମୁନୁଷପଦର ଗ୍ରାମକୁ ନା ରାସ୍ତା ଅଛି,ସ୍ୱାସ୍ଥ୍ୟ, ସବୁ ଏଠାରେ ସାତ ସପନ l ବିଜୁଳି ଏଠାକୁ ପହଞ୍ଚିପାରିବିନି, ସୋଲାର ମାଧ୍ୟମରେ ବିଜୁଳିର ବ୍ୟବସ୍ଥା l ପିଇବାପାଣି ପାଇଁ ଗୋଟିଏ ଝରଣା ପାଣି ଉପରେ ନିର୍ଭର କରନ୍ତି ଗ୍ରାମବାସୀ ତାହାପୁଣି କାଦୁଅପଙ୍କ ପାଣି, ପାଣିଛଣା ମାଧ୍ୟମରେ ଛାଣି ନିଅନ୍ତି ପାଣି । I ଶିକ୍ଷକ ଓ ଶିକ୍ଷୟିତ୍ରୀ ଜଙ୍ଗଲ ରାସ୍ତା ଦେଇ ପାଖା ପାଖି ୪ କିଲୋମିଟୋର ଚାଲିବାକୁ ପଡେ । ଅନେକ ଛାତ୍ରଛାତ୍ରୀ ଏହି ଅସୁବିଧା ଯୋଗୁଁ ପାଠ ପଢା ଅଧାରେ ରଖିଛନ୍ତି । l ପଥୁରିଆ ରାସ୍ତା ଯୋଗୁଁ ବୁଢା ବୁଢୀ ମାନେ ବାର୍ଦ୍ଧକ୍ୟ ଭତା ପାଈଁ ଅନେକ କଷ୍ଟ କରି ପଞ୍ଚାୟତରେ ପହଞ୍ଚୁଥିବା କୁହନ୍ତି ଗ୍ରାମବାସୀ। ଅନ୍ୟ ପଟେ ଏହି ଗରିବ ଶ୍ରେଣୀର ଲୋକମାନେ ଘାଟିପାର କରି ସରକାରଙ୍କ ଦେଉଥିବା ପିଡିଏସ୍ ଚାଉଳ ଆମେ ଡଙ୍ଗାସିଲ ପଞ୍ଚାୟତ ଯିବାକୁ ପଡୁଛି ବୋଲି କହିଛନ୍ତି । ଅବିସପ୍ତ ଭାବରେ ପଡି ରହିଥିବା ପାହାଡ ଜଙ୍ଗଲରେ ବସବାସ କରୁଥିବା ମାନବ ସମାଜ ର ବେଦନା କୌଣସି ଭଚ୍ଚପଦସ୍ତ କର୍ମଚାରି ଙ୍କ କାନକୁ ଶୁଭୁନି ? ନା ଶୁଣି କି ବି ନିରବ ଏମିତି ଗୁଡ଼ାଏ ପ୍ରଶ୍ନ ମନକୁ ଛୁଅୁଁଛି I ଦୁଶିତ ପାଣି ପିଇ ଏହି ମୁନୁଷପଦର ଗ୍ରାମ ପୂର୍ବ ରେ ଡିପ୍ଟେରିଆ ରୋଗ ରେ ୩/ ଜଣ ମୃତ ବରଣ କରିଛନ୍ତି। ଏହି ଖବର ସାରା ଓଡ଼ିଶା ରେ ଚର୍ଚ୍ଚା ରେ ମଧ୍ୟ ରହି ଆସିଥିଲା ଏହି ମୃତ୍ୟୁ ଖବର ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେବା ପରେ ଏହି ଗ୍ରାମକୁ ବିଭିନ୍ନ ଦଳର ରାଜନେତା ସହ ସରକାରୀ ଅଫିସ ପହଞ୍ଚି ବିଭିନ୍ନ ପ୍ରତିଶୃତି ଦେଇ ଥିଲେ ଗ୍ରାମ କୁ ରାସ୍ତା କାମ ସହ ଗ୍ରାମ କୁ ବିଦ୍ୟୁତ୍ ଓ ପାନୀୟ ଜଳ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇ ଥିଲେ । ହେଲେ ଏହି ସବୁ ପ୍ରତିଶୃତି ଭୁଲି ଗଲେଣି।ଏଠି ପ୍ରଶ୍ନ ଉଠୁଛି ନିର୍ବାଚନ ସମୟ ରେ ଆସିଥିବା ପ୍ରତିନିଧି ଭୋଟ ପାଇଁ ଦେଇଥିବା ପ୍ରତିଶ୍ରୁତି କଣ ପ୍ରତିଶ୍ରୁତି ହିଁ ରହିଯାଇଛି l ଏବେ ସରକାରଙ୍କ ଉପରୁ ଭରୋଷା ତୁଟାଇ ଭଗବାନଙ୍କ ଉପରେ ସବୁ କିଛି ଛାଡିଛନ୍ତି ଗ୍ରାମବାସୀ। ଏହି ବିଷୟରେ କାଶିପୁର ବିଡିଓ ବିଜୟ କୁମାର ସୋଏ ପ୍ରଚାରିବାରୁ କହିଛନ୍ତି ଯେ ସେହି ଉପରେ ଅବଗତ ରହିଛି ବିଲ୍ ପାସ୍ ହେଲେ ଯାଇ ରାସ୍ତା କାମ ଗୁଡିକ ଆରମ୍ଭ ହେବ ବୋଲି କହିଛନ୍ତି।
Article Image
Article Image
Article Image
6