ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାପ୍ରଭୁ ହେବେ ପଢୁଆଁ ଏଥର ଅଷ୍ଟମୀ ଭାର ଶୋଭାଯାତ୍ରା ରେ ଯୋଗଦେବେ ଦଶହଜାର ଭକ୍ତ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି |

ଜଗତସିଂହପୁର, 12/10/2025, ଉତ୍କଳ voice news - utkalvoicenews.com( ସରୋଜ ନାୟକ ଙ୍କ ରିପୋର୍ଟ ) :
Article Image
କାଳିଆ ସାଆନ୍ତ ହେବେ ପଢୁଆଁ |ମାନବୀୟ ଲୀଳାର ଠାକୁର ପ୍ରଥମାଷ୍ଟମୀ ରେ ନୂତନ ବସ୍ତ୍ର ପିନ୍ଧିବେ |ବିଲୁପ୍ତ ହୋଇଯାଇ ଥିବା ପରମ୍ପରା, ଏଇ ଛଅ ବର୍ଷ ହେବ ଉଜ୍ଜୀବିତ ହୋଇଛି |ନିଆଳି ଅଞ୍ଚଳ ସହିତ ଉପକୂଳ ଓଡିଶାର ବିଭିନ୍ନ ଅଂଚଳର ଭକ୍ତ ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଯୋଗୁ, ଶ୍ରୀମନ୍ଦିର ରେ ଶ୍ରୀଜଗନ୍ନାଥ ଙ୍କ ନୀତିକାନ୍ତିରେ ଏକ ନୂଆ ପରମ୍ପରା ଯୋଡିହୋଇଯାଇଛି |ପ୍ରତି ବର୍ଷ ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ରତ୍ନବେଦିରେ ଉପାସିତ ଦିଅଁମାନଙ୍କ ପାଇଁ, ଖଣ୍ଡୁଆପାଟ ସହିତ, ବିଭିନ୍ନ ପ୍ରକାର ସାମଗ୍ରୀର ଭାର ଯାଉଛି|ଶତାଧିକ ସଂକ୍ରି ର୍ତ୍ତନ ମଣ୍ଡଳୀ, ପ୍ରାଚୀନ ଉକ୍ତଳୀୟ ସମରକଳା, ଛଉ ନୃତ୍ୟ, ଘୋଡାନାଚ ସହିତବିଭିନ୍ନ ଲୋକ କଳା ସହିତ ପଢୁଆଁଭାର ଯାଉଛି|ହଜାର ହଜାର ଭକ୍ତ ଭାର ଶୋଭାଯାତ୍ରା ରେଯାଉଛନ୍ତି|ଜଗତସିଂହପୁର ରୁ ସାମ୍ବାଦିକମାନଙ୍କ ତରଫରୁ ନୀଳଚକ୍ର ରେ ବନ୍ଧା ହେବା ପାଇଁ ବଡ଼ପତାକା ଯାଉଛି |ପଢୁଆଁ ଭାରକୁ ମାଧବ ଠାରୁ ପୁରୀ ପର୍ଯ୍ୟନ୍ତ ନଅ ଜାଗାରେ ସ୍ୱାଗତ କରାଯାଉଛି |ଗୁଣ୍ଡିଚାମନ୍ଦିର ଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ମାହୋଲ ରେ ଶୋଭାଯାତ୍ରା ଯାଉଛି |ରଥଯାତ୍ରା ପରେ, ବଡଦାଣ୍ଡରେ ପଢୁଆଁଭାର, ଦ୍ୱତୀୟ ବଡ ଯାତ୍ରାର ମାନ୍ୟତା ପାଇଛି |ଚଳିତ ବର୍ଷ ଶୋଭାଯାତ୍ରାରେ ଦଶହଜାର ଲୋକଙ୍କ ଯୋଗଦାନ ପାଇଁ ଆୟୋଜନ କରାଯାଉଛି |କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ, ମାଧବନାନ୍ଦଜୀଉ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି |ଅଶୋକ କୁମାର ପୁଷ୍ପାଳକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ, ତ୍ରିଲୋଚନ ପୁଷ୍ପାଳକ, ଯୋଗେନ୍ଦ୍ର ଦାସ ନ୍ୟାୟବ୍ରତ ରାଉତ, ପିତାମ୍ବର ରାଉତ ରଂଜିତ ସାହୁ, ଭାସ୍କର ପଣ୍ଡା, ତ୍ରିଲୋଚନ ବେହେରା,ଆର୍ତ୍ତତ୍ରାଣ ପୁଷ୍ପାଳକ, ସନ୍ତୋଷ ପ୍ରଧାନ, କଟକ ଜିଲ୍ଲା, ବି. ଜେ. ପି ସଭାପତି ସୁକାନ୍ତ କୁମାର ବିଶ୍ୱାଳ, ରାମକୃଷ୍ଣ ମହାପାତ୍ର ଙ୍କ ସମେତ ଶତାଧିକ ଲୋକ ଯୋଗଦେଇ, ଆଲୋଚନା ଭାଗ ନେଇଥିଲେ |
3