କୁଜଙ୍ଗ/ତାଳଦଣ୍ଡା, 12/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ଆଜି ତାଳଦଣ୍ଡା ରେ ଥିବା IOCL TEKNO MAUND କମ୍ପାନୀ ଭିତରେ ଗୋଟିଏ ନାଗ ସାପ ପଶି ଯାଇଥିଲା । ଏହି ସମୟରେ ଶ୍ରମିକ ଭାଇ ମାନେ କାମ ଆରମ୍ଭ କରିବାକୁ ଯାଇ ଦେଖିଲେ ଗୋଟିଏ ନାଗ ସାପ ସୁ ସୁ ହେଇ ଗୋଡେଇ ଆସିଲା ସେ ଭୟ ଭୀତ ହେଇ ତୁରନ୍ତ କମ୍ପାନୀ ର HR ଙ୍କୁ ଜଣେଇ ଥିଲେ। ସେ ଆସି କୁଜଙ୍ଗ ର ଯୁବ ସାପ ଧରାଳି ପ୍ରଭାତ ବେହେରା ଓରଫ ବାବୁନି ବାବାଙ୍କୁ ଫୋନ୍ କଲେ। ଫୋନ୍ ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ସହଯୋଗୀ ମଣିଷଙ୍କର ପରିଡ଼ା , ଜ୍ୟୋତିରଂଜନ ମହାପାତ୍ର , ଭବାନୀ ଶଙ୍କର ଆଚାର୍ଯ୍ୟ , ଶଶୀଭୂଷଣ ସାହୁ, କୈଳାଶ ଗଛାୟତ , ଦିପୁ ତରେଇ , ଶ୍ରୁଯ୍ୟକାନ୍ତ ସେଣ , ରାଜା ପରିଡ଼ା , ସ୍ରୁଜ୍ୟକାନ୍ତ ରାଉତ , ସତ୍ୟଜିତ ରାଉତ , ଙ୍କୁ ସାଙ୍ଗରେ ଧରି ପହଞ୍ଚି ଯାଇ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ ।କମ୍ପାନୀର ସବୁ ଶ୍ରମିକ ଭାଇ ମାନେ ଧରାଳିଙ୍କୁ ଏବଂ ତାଙ୍କ ସହ ଆସିଥିବା ସହଯୋଗୀ ମାନଙ୍କୁ ଖୁସିରେ ସାଧୁବାଦ ଜଣାଇଲେ।