କୁଜଙ୍ଗ/ହସିଣା ଗ୍ରାମ, 12/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ/କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ହସିଣା ଗ୍ରାମରେ ଆଉଏକ ଅଘଟଣ, କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରର ହସିଣା ଖ ରେ ପୂର୍ବତନ ଜମିବାଡ଼ି ବିବାଦକୁ ନେଇ ଚାପଡରେ ଆକ୍ରମଣ। । ଆକ୍ରମଣରେ ୮୫ ବର୍ଷୀୟ ଗୁରୁଚରଣ ସ୍ବାଇଁ ଗୁରୁତର। ତାଙ୍କୁ କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ହସିଣା ଗ୍ରାମରେ। ଗୁରୁତ୍ବରଙ୍କ ସମ୍ପର୍କୀୟଙ୍କ ଠାରୁ ଯାହା ଖବର ମିଳିଛି ଜମିବାଡ଼ି କୁ କେନ୍ଦ୍ର କରି ରବି ତରାଇ ଏକ ଚାପଡ ଧରି ଆସୁଥିଲା , ହଠାତ୍ ସେହି ସମୟରେ ବୃଦ୍ଧ ବ୍ୟକ୍ତି ଗୁରୁଚରଣ ସ୍ବାଇଁ ଏକ ଦୋକାନରୁ ଫେରୁଥିବା ସମୟରେ ଆସାମୀ ଜଣକ ଘାଇଲା ବାଘ ଭଳି ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଏବଂ ତାଙ୍କ ସମ୍ପର୍କୀୟ ସେଠାରେ ଯିଏ ଅଟକାଇବାକୁ ଉଦ୍ୟମ କରିଥିଲେ ତାଙ୍କୁ ମଧ୍ୟ ଇଟା ପଥର ଫୋପାଡିଥଲା , ଏବଂ ଧମକ ଦେଇ କହିଲା ଏଠାରୁ ପଳାଅ ନହେଲେ ତମକୁ ବି ଜୀବନରୁ ମାରିଦେବି। ଘଟଣା ପରେ ଗୁରୁତ୍ବରଙ୍କ ପରିବାର କୁଜଙ୍ଗ ଥାନାରେ ଏତଲା ଦେଇଥିଲେ। ଖବର ପାଇ କୁଜଙ୍ଗ ପୋଲିସ୍ ଆହତ କାରୀଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଣିବା ପରେ ଅବସ୍ଥା ଅତ୍ୟଧିକ ଗୁରୁତ୍ବର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ୍ ସ୍ଥାନାନ୍ତରିତ କରିଛି। ଏତଲା ପାଇବା ପରେ କୁଜଙ୍ଗ ପୋଲିସ୍ ଆହତ କାରିଙ୍କ ପରିବାରକୁ ଶାନ୍ତନା ଦେବା ସହିତ ଆସାମୀକୁ ଉଚିତ୍ ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛି।