ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ ତରଫରୁ ତିନି ଜଣ ଅସହାୟ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ

କୁଜଙ୍ଗ/ଗଣ୍ଡକିପୁର ଗ୍ରାମ, 12/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗଣ୍ଡକିପୁର ଗ୍ରାମର କିଡନୀ ରୋଗରେ ପୀଡିତ ପ୍ରଶାନ୍ତ ମଲ୍ଲିକ,ଗୋପିଆକୁଦ ଗ୍ରାମର କର୍କଟ ରୋଗରେ ପୀଡିତ ଦେବେନ୍ଦ୍ର କୁମାର ପ୍ରଧାନ ଏବଂ ଜଳଧରପୁର ଗ୍ରାମର ଦିବ୍ୟାଙ୍ଗ ହରେକୃଷ୍ଣ ଜେନାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ପ୍ରମୁଖ ଦାତବ୍ୟ ଟ୍ରଷ୍ଟ ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ |
Article Image
ସୂଚନା ଯୋଗ୍ୟ କି, ତିନି ଜଣ ବ୍ୟକ୍ତି ଅତ୍ୟନ୍ତ ଗରିବ ଶ୍ରେଣୀର ବ୍ୟକ୍ତି | ଗତ କିଛି ମାସ ହେବ ସେମାନେ ବିଭିନ୍ନ ରୋଗରେ ପୀଡିତ ହୋଇ ବର୍ତ୍ତମାନ ଜୀବନ ମୃତ୍ତ୍ୟୁ ସହ ସଂଗ୍ରାମ କରୁଛନ୍ତି | ଦୁଇ ଓଳି ଦୁଇ ମୁଠା ଖାଇବାକୁ ନାହିଁ। ଅର୍ଥାଭାବରୁ ଏହି ତିନି ବ୍ୟକ୍ତିଙ୍କର ଚିକିସ୍ଥାରେ ଅର୍ଥ ସାଜିଛି ବାଧକ | ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଃଖଦ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ସମାଜସେବୀ ଇଂ ଶଙ୍ଖେଶ୍ଵର ପ୍ରସାଦ ମହାନ୍ତିଙ୍କ ପରାମର୍ଶ କ୍ରମେ ବରିଷ୍ଠ ସଦସ୍ୟ ସୂର୍ଯ୍ୟକାନ୍ତ ରାଉତ, ନନ୍ଦନନ୍ଦନ ଜୟସିଂ, ସୁଧାକର ମହାନ୍ତି ଏବଂ ରାଜେଶ ତରାଇ ପ୍ରମୁଖ ସେମାନଙ୍କ ବାସଭବନରେ ପହଞ୍ଚି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦଶ ହଜାର (୧୦,୦୦୦/-) ଟଙ୍କା ହିସାବରେ ମୋଟ ତିରିଶ ହଜାର (୩୦,୦୦୦/-) ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ | ମା' ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ସମସ୍ତ ପରିବାର ବର୍ଗ କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଭୁୟୀୟସୀ ପ୍ରଶଂସା କରାଯାଇଛି |
Article Image
4