ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାରିଗର ସାହିରେ ୭୩ତମ ଗଜଲକ୍ଷ୍ମୀ ପୂଜାର ୭ମ ଦିବସରେ ଛପନ ଭୋଗ ଲାଗି

ଢେଙ୍କାନାଳ, 13/10/2025, ଉତ୍କଳ voice news - utkalvoicenews.com(ଢେଙ୍କାନାଳ ରୁ ଶୁଭମ୍ ପାଣିଙ୍କ ରିପୋର୍ଟ ) :
Article Image
ଢେଙ୍କାନାଳ ସ‌ହର କାରିଗର ସାହିରେ ୭୩ତମ ଗଜଲକ୍ଷ୍ମୀ ପୂଜାର ୭ମ ଦିବସରେ ଛପନ ଭୋଗ ଲାଗି କରାଯାଇଅଛି । ବିଭିନ୍ନ ପ୍ରକାର ପିଠା, ଫଳ, ମିଠା, ଖେଚୁଡି, ପୁରୀ, କ୍ଷୀରି, ମଣ୍ଡା, କାକରା, ଆରିସା ଆଦି ଭୋଗ ଲାଗି କରାଯାଇଥିଲା । ପ୍ରତ୍ୟକ ଦିନ ସୂର୍ଯ୍ୟ ପୂଜା, ମଙ୍ଗଳ ଆଳତି, ମା’ର କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା ଓ ବିଭିନ୍ନ ଭୋଗ ସହ ମଧ୍ୟାହ୍ନରେ ଅନ୍ନ ଧୂପ, ସଂଧ୍ୟାରେ ଆଳତି ଓ ୯ ଦିନ ଧରି ରାତ୍ରରେ ରାତ୍ର ଧୂପ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖ ବୁଧବାର ଦିନ ମା'ଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପୂଜକ ଗଗନ ବିହାରୀ ଶତପଥୀ, କର୍ତା ଜଗନ୍ନାଥ ସାହୁ ଓ ଲକ୍ଷ୍ମଣ ଗୁରୁ ସମସ୍ତ ପୂଜାର ସମ୍ପାଦନ କରୁଛନ୍ତି । ସଭାପତି ମୂରଲିଧର ବେହେରା, ସଂପାଦକ ବିଚିତ୍ରା ନନ୍ଦ ବେହେରା, ତ୍ରୈଲୋକ୍ୟ ରଞ୍ଜନ ଦଳେଇ ଓ ସୌମ୍ୟ ରଞ୍ଜନ ବେହେରା ପ୍ରମୁଖଙ୍କ ସହିତ ବହୁ କର୍ମକର୍ତା ଉପସ୍ଥିତ ରହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପାଦନ କରୁଛନ୍ତି ।
4