ପାରାଦ୍ଵୀପ, 13/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଠାରେ କଳିଙ୍ଗ ଓମେନ୍ସ ପାୱାର ତରଫରୁ ଗାନ୍ଧୀ ଜୟନ୍ତୀ ପାଳନର ଉଦ୍ଦଯାପନ ଦିବସ ଅବସରରେ ଅଠରବାଙ୍କିରୁ ଦୋ ଛକି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ। ପାରାଦ୍ଵୀପ ରେ ମୁଖ୍ୟ ପ୍ରବେଶ ଦ୍ଵାର ଅଠରବାଙ୍କିରୁ ଦୋ ଛକି ପାଲଟିଛି ଏବେ ମରଣଯନ୍ତା।
ଏବଂ ଏହାର ମୁଖ୍ୟ କାରଣ ହେଉଛି ନିଶା , ଆମ ସଂଗଠନ ଦୀର୍ଘ ୪ ବର୍ଷ ଧରି ଲଗାତର ଭାବେ ଗାନ୍ଧୀ ଜୟନ୍ତୀ
ଏବଂ ଗାନ୍ଧୀଜୀଙ୍କ ତିରୋଧାନ ଦିବସ ଅବସରରେ ପାରାଦ୍ଵୀପ ପୈରପାଳିକାର ୧୯ ଗୋଟି ୱାର୍ଡରେ କ୍ରମାଗତ ଭାବେ ନିଶା ହଟାଅ ପାରାଦ୍ଵୀପ ବଞ୍ଚାଅ ଏବଂ କାନ ଖୋଲିକି ଶୁନ୍ ସରକାର ନିଶା ଆମର ନାହିଁ ଦରକାର । ଏହି ନାରା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରି ସପ୍ତାହ ବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମର ଅନ୍ତିମ ଦିବସ ଅବସରରେ ଅଠରବାଙ୍କିର ବିଜୁ ମେମୋରିଆଲ ହସ୍ପିଟାଲର ସମ୍ମୁଖରେ ଥିବା ମଦ ଦୋକାନକୁ ସ୍ଥାନାନ୍ତରିତ କରି ଅନ୍ୟତ୍ର ଖୋଲାଯାଉ ବୋଲି ବାରମ୍ବାର ଜିଲ୍ଲା ପ୍ରଶାସନ ପାରାଦ୍ଵୀପ ଏଡିଏମ୍ ଏବଂ ପୋଲିସ୍ ପ୍ରଶାସନ କୁ ଦାବି ପତ୍ର ଦେଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ପାରୁନାହିଁ । ଏହି କାର୍ଯ୍ୟକ୍ରମରେ ଆମ ସଂଗଠନର ଉପଦେଷ୍ଟା ଶ୍ରୀ ଯୁକ୍ତ ଗଙ୍ଗାଧର ମହାନ୍ତି , ଶ୍ରୀ ଯୁକ୍ତ ବିଜୟ କୁମାର ପରିଡ଼ା , ଶ୍ରୀ ଯୁକ୍ତ ଶରତ ମଲ୍ଲିକ୍ , ଶ୍ରୀମତୀ ପ୍ରମିଳା ଗୋଛାୟତ , କୋଷାଧ୍ୟକ୍ଷ ଶ୍ରୀ ଯୁକ୍ତ ରବିନ୍ଦ୍ର ମଲ୍ଲିକ୍ , ଉପସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ଦାସ୍ , ସାଧାରଣ ସମ୍ପାଦକ ଶ୍ରୀମତୀ କମଳା ଓଝା , ଶ୍ରୀମତୀ କଲ୍ୟାଣୀ ସ୍ବାଇଁ , ସହ ସମ୍ପାଦିକା ଶ୍ରୀମତୀ ସରୋଜିନୀ ସ୍ବାଇଁ , ଶ୍ରୀମତୀ ଶୈଳବାଳା ପାତ୍ର , ଶ୍ରୀମତୀ କବିତା ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ , ଏବଂ ଉଦ୍ଦଯାପନ ଦିବସ ଅବସରରେ ଅଠରବାଙ୍କିରୁ ଦୋ ଛକି ମାନବ ଶୃଙ୍ଖଳ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।