ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ୭୬ତମ ଗଣତନ୍ତ୍ର ଦିବସ ପାଳିତ

ଏରସମା, 26/01/2025, ଉତ୍କଳ voice news - utkalvoicenews.com
Article Image
ଏରସମା ୭୬ତମ ସାଧାରାଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏରସମା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବିଧାୟକ ସାରଦା ପ୍ରସନ୍ନ ଜେନା ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧକ୍ଷା ଲଷ୍ମୀପ୍ରିୟା ମହାପାତ୍ର, ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥୀ ଜେନା, ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ, ରାନୀ ଟୁଡୁ, ଦୀପ୍ତି ରଞ୍ଜନ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ଯୁବ ପରିଷଦ ପଡିଆରେ ବିଧାୟକ ସାରଦା ପ୍ରସନ୍ନ ଜେନା ପତାକା ଉତ୍ତୋଳନ କରିଥିବା ବେଳେ ,ଏରସମା ଥାନା ପରିସରରେ ଆଇ ଆଇସି ନିରଞ୍ଜନ ପ୍ରସାଦ ଦାସ ପତାକା ଉତ୍ତୋଳନ କରିଥିବା ବେଳେ, ବିଜେଡି କାର୍ଯ୍ୟାଳୟରେ ଏରସମା ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ପୀତବାସ ଗୋଚ୍ଛାୟତ ପତାକା ଉତ୍ତୋଳନ କରିଥିବା ବେଳେ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ବଲ୍ଲଭା ନନ୍ଦ ସ୍ଵାଇଁ ପତାକା ଉତ୍ତୋଳନ କରିଥିବା ବେଳେ ବିଜେପି କାର୍ଯ୍ୟାଳୟରେ ସଭାପତି ନୃସିଂହ ଚରଣ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ଚଟୁଆ ସମିତିରେ ସମିତିର ସଭାପତି ସଞ୍ଜୟ କୁମାର ମହାନ୍ତି, ବାଲିତୁଠ ସମିତିରେ ସମିତିର ସଭାପତି ହରିହର ଲିଙ୍ଗରାଜ ମହାନ୍ତି, ଢ଼ିଙ୍କିଆ ସମିତିରେ ସମିତିର ସଭାପତି ଅକ୍ଷୟ କୁମାର ବେହେରା, ଗୋଡା ସମିତିରେ ସମିତିର ସଭାପତି ରାମଚନ୍ଦ୍ର ହାତୀ, ଗଡହରିଶପୁର ସମିତିରେ ସମିତିର ସଭାପତି ସୁଶାନ୍ତ ପ୍ରଧାନ, କୃଷ୍ଣଚନ୍ଦ୍ରପୁର ସମିତିରେ ସମିତିର ସଭାପତି ସମୀର ରଞ୍ଜନ ସ୍ୱାଇଁ, ପଇଦା ସମିତିରେ ସମିତିର ସଭାପତି ରମେଶ ସାସମଲ୍ଲ, ଜପା ସମିତିରେ ସମିତିର ସଭାପତି ବିଗ୍ନନେଶ ଖୁଣ୍ଟିଆ, ଗୋଡା ପଞ୍ଚାୟତରେ ସରପଞ୍ଚ ବିଶ୍ବ କଲ୍ୟାଣୀ ନାୟକ, ଚଟୁଆ ପଞ୍ଚାୟତରେ ସରପଞ୍ଚ ପ୍ରକାଶ ଚନ୍ଦ୍ର ସୁନ୍ଦରାୟ, ବାଲିତୁଠ ପଞ୍ଚାୟତରେ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ, ଏରସମା ପାନୀୟଜଳ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ପରିଡ଼ା, ବାଲିତୁଠ ସାଲାଇନ୍ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ସାଶ୍ୱତ୍ ମହାନ୍ତି, ବାଲିତୁଠ ହିରୋ ଶୋଅରୁମରେ କୈଳାସ ଚନ୍ଦ୍ର ଦାସ, ଜଇରାମ ଫିଲଙ୍ଗୀ ଟେସନରେ ଚନ୍ଦନ କୁମାର ପୁହାଣ ପତାକା ଉତ୍ତୋଳନ କରିଥିଲେ।
Article Image
1