ପାରାଦୀପ ଗଡ/କତକୁଲା, 13/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ଜଗତସିଂହପୁର ଜିଲ୍ଲା, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ର କତକୁଲା ଗ୍ରାମର ହନୁମାନ ପୀଠ ଠାରେ ଏକ ଭାଗବତ ଟୁଙ୍ଗି ନିର୍ମାଣ ପାଇଁ ଦୀର୍ଘ ବର୍ଷ ଧରି ଗ୍ରାମର ମହିଳା ମାନେ ଦାବୀ କରି ଆସୁଥିଲେ l ସେମାନେ ଏ ସଂମ୍ପର୍କରେ ସରପଞ୍ଚ ଙ୍କୁ ଜଣାଇବା ପରେ ସରପଞ୍ଚ ଏହାର ନିର୍ମାଣ ପାଇଁ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଟ. ୪ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ l ଭାଗବତ ଟୁଙ୍ଗି ର ମହିଳା ମାନେ ଗ୍ରାମ ବାସୀଙ୍କ ସହଯୋଗ ରେ ଏହାର ନିର୍ମାଣ କାର୍ଯ୍ୟ ସମାପନ କରିବା ପରେ ଆଜି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି l ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ କତକୁଲା ଗ୍ରାମ ର ମହିଳା ମାନେ ସରପଞ୍ଚ ଙ୍କୁ ଧନ୍ୟବାଦ ଦେବା ସହିତ ଖୁସି ବ୍ୟକ୍ତ କରିଛନ୍ତି l ସେହିପରି କତକୁଲା ଗ୍ରାମରେ ମଧ୍ୟ ଏକ ଯୁବକ ସଂଘ ଗୃହ ନଥିବାରୁ ଗ୍ରାମର ଯୁବକ ମାନେ ବିଭିନ୍ନ ମେଳା, ମହୋତ୍ସବ, ଯୁବ ସମାବେଶ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନେ ଏକ କୋଠ ଘର ନିର୍ମାଣ ପାଇଁ ସରପଞ୍ଚ ଙ୍କୁ ଅନୁରୋଧ କରି ଆସୁଥିଲେ l ସରପଞ୍ଚ ଉପରୋକ୍ତ ବିଷୟକୁ ଗୁରୁତର ସହିତ ବିଚାରକୁ ନେଇ ଏହାର ନିର୍ମାଣ ପାଇଁ ସେହିପରି ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବାରୁ ଆଜି ଏହାର ନିର୍ମାଣ ଭୂମି ପୂଜା କରାଯାଇଛି l ଉକ୍ତ ଦୁଇଟି ଉତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଚନ୍ଦ୍ର ଶେଖର ଚୌଧୁରୀ, ଅନନ୍ତ ବିଶ୍ଵାଳ, ଗୋଲାପି ବେହେରା, ରେବତୀ ସ୍ୱାଇଁ, ଶୁକଦେବ ବେହେରା, ସଞ୍ଜୟ ବିଶ୍ଵାଳ, ଅଲେଖ ମହାରଥା, ରମେଶ ଚନ୍ଦ୍ର ବେହେରା, ଯଯାତି କେଶରୀ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ l



