ଉତ୍କଳ voice news - utkalvoicenews.com
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com
କଥା ଦେଇ କଥା ରଖିଲେନି ସରପଞ୍ଚ ବାଧ୍ୟ ହୋଇ ଡ୍ରେନ୍ କାମ କଲେ ଗ୍ରାମବାସୀ
କୁଜଙ୍ଗ/ବଳରାମପୁର, 13/10/2025, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ / କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
।କୁଜଙ୍ଗ। ଆଗରୁ କଥାରେ ଶୁଣିଥଲୁ କି ବର୍ଷା ଜୁଆଡେ ଛତା ସିଆଡେ ଆଜି ତାହା ପ୍ରମାଣିତ ମଧ୍ୟ ହୋଇଗଲା। ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ବଳରାମପୁର ଗ୍ରାମରେ । ଇଲେକ୍ସନ ପୂର୍ବରୁ ପ୍ରତିଶ୍ରୁତି ଦେଇ ପରେ ପ୍ରତିଶ୍ରୁତି ଭାଙ୍ଗିଲେ କୁଜଙ୍ଗ ସରପଞ୍ଚ। ଗ୍ରାମବାସୀ ଭୋଟ୍ ଦେଇ ସରପଞ୍ଚ କଲେ ଏଥିପାଇଁ କି ଗ୍ରାମବାସୀଙ୍କ ଅସୁବିଧା ସମୟରେ ସେ ଛିଡ଼ା ହେବେ , ହେଲେ ଏଠି ସରକାର ବଦଳିବା ସଙ୍ଗେ ସଙ୍ଗେ ସରପଞ୍ଚ ମଧ୍ୟ ବଦଳିଗଲେ। ହଁ ଆଜ୍ଞା ଏଭଳି ଅଭାବନୀୟ ଘଟଣା ବିଷୟରେ ବଳରାମପୁର ଗ୍ରାମର ବାସିନ୍ଦାଙ୍କଠୁ ଶୁଣିବାକୁ ମିଳିଛି। ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି , ସଫା ହେଉନି କି ମରାମତି ମଧ୍ୟ ହେଉନି। ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ଚପଲ୍ ଘୋରି ହେଲାଣି , ଶେଷରେ କେହି ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ମାନେ ମିଳିତ ଭାବେ ନିଜ ନିଜ ଭିତରେ ଅର୍ଥ ଆଦାୟ କରି ଡ୍ରେନ୍ କୁ ସଫା କଲେ। କୁଜଙ୍ଗ ବ୍ଲକ କୁଜଙ୍ଗ ପଞ୍ଚାୟତର ବଳରାମ ପୁର ଗ୍ରାମ ଏକ ବଡ ଗ୍ରାମ ହୋଇଥିବା ବେଳେ ସରକାର ବଦଳିବା ପରେ ଜନ ପ୍ରତିନିଧି ଙ୍କ କାର୍ଯ୍ୟକଳାପ ସବୁ ବଦଳି ଯାଇଛି , ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିବା ସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଙ୍କ ଉପରେ ବର୍ଷିଛନ୍ତି ଗ୍ରାମବାସୀ। ଜନ ପ୍ରତିନିଧି ନିଜ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି।ନିଜ ଘର ନିକଟକୁ ରାସ୍ତା କରିବା ସହିତ କୌଣସି ଆଇନ୍ ନଥାଇ ଭେଣ୍ଡିଂ ଯୋନ୍ ନିର୍ମାଣ ଚାଲିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିବା ବେଳେ ଏନେଇ ସ୍ଥାନୀୟ ସରପଞ୍ଚ ଲଘୁଚାପ ବର୍ଷା ଲାଗି ରହିଥିବା ରୁ ଡ୍ରେନ୍ ଗୁଡିକ ସଫା ହୋଇ ପାରିନାହିଁ ବୋଲି ଚତୁରତାର ସହ ଉତ୍ତର ରଖିଛନ୍ତି। ଗାଁ ସ୍ବଚ୍ଛ ରହିବା ନିହାତି ଦରକାର, ତେଣୁ ଗ୍ରାମବାସୀ ମାନେ ସଫା କରିଥିବା ଡ୍ରେନ୍ ଓ ରାସ୍ତା ର ଫଟୋ ସହିତ ଏକ ଦରଖାସ୍ତ ଦେଲେ ପଞ୍ଚାୟତ ଅଧିକାରୀ ଙ୍କ ଦ୍ବାରା ଆର୍ଥିକ ସହଯୋଗ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ । ସରପଞ୍ଚ କୌଣସି ଦଳର ନୁହେଁ , କିନ୍ତୁ ଇଲେକ୍ସନ ପୂର୍ବରୁ ବି.ଜେ.ଡି ସରକାର ଏବଂ ବର୍ତ୍ତମାନ ବିଜେପି ସରକାର ହୋଇ କାମ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ହେଲେ ସରପଞ୍ଚଙ୍କ କହିବା କଥା ଯିଏ ଆସିବ ସିଏ ତାଙ୍କ ସହ ମିଶି କାମ କଲେ ଲୋକଙ୍କ ସ୍ବାର୍ଥ ପୂରଣ ହୋଇ ପାରିବ ବୋଲି କହିବା ସହିତ ସରପଞ୍ଚ କୌଣସି ଦଳର ନୁହେଁ ବୋଲି ଉତର ରଖିଛନ୍ତି ।
4