ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ଏରସମା, 13/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବାଲିକୁଦା ବ୍ଲକ ଥାଇଳୋ ପଞ୍ଚାୟତ ଜଙ୍ଗଲ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଦୋଳଗୋବିନ୍ଦ ବାହାଲିଆ (୭୬)ଙ୍କ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ, ସରଳ, ମିଷ୍ଟଭାଷୀ ଓ ଗ୍ରାମ୍ୟ ମୁରବି ଭାବରେ ଅଞ୍ଚଳରେ ବେଶ ପରିଚିତ ଥିଲେ । ଶନିବାର ରାତିରେ ଘରେ ଶୋଇଥିବା ବେଳେ ହୃଦଘାତରେ ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ପ୍ରସାର ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ମରଶରୀରକୁ ଶୋଭାଯାତ୍ରାରେ ନେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ଅଭୟ କୁମାର ବାହାଲିଆ ମୁଖାଗ୍ନି ଦେଇଥିବା ବେଳେ, ପ୍ରଫୁଲ୍ଲ କୁମାର ବାହାଲିଆ, ପ୍ରମୋଦ କୁମାର ବାହାଲିଆଙ୍କ ସମେତ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ରହିଥିଲେ । ତାଙ୍କ ବିୟୋଗରେ ବାଲିକୁଦା ବ୍ଲକ ଯାଦବ ମହାସଭା ତରଫରୁ ବାଲିକୁଦା ବ୍ଲକ ଯାଦବ ମହାସଭା ସଭାପତି ଧର୍ମାନନ୍ଦ ଦାସ, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ପୂର୍ବତନ ବ୍ଲକ ସଭାପତି ବାବାଜୀ ଚରଣ ଦାସ, ରାଜ୍ୟ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ବିଷ୍ଣୁପ୍ରସାଦ ଦାସ, ନରେଶ ଚନ୍ଦ୍ର ଦାସ, ସୌମେନ୍ଦ୍ର ଦାସ, ବିଶ୍ୱନାଥ ପରିଡା, ହେମନ୍ତ ଦାସ, ବୀରବର ଦାସ ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ ।
4