ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାରରେ ବୃଦ୍ଧଖୋଲ ଶୈବ ପୀଠରେ ଭକ୍ତଙ୍କ ଭିଡ

ବୁଗୁଡ଼ା, 13/10/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଆଜି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ହୋଇଥିବା ବେଳେ ବୁଗୁଡ଼ା ଅଞ୍ଚଳର ସମସ୍ତ ଶୈବପୀଠ ଓ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼।ସେହିଭଳି ଗଞ୍ଜାମଜିଲ୍ଲା ବୁଗୁଡ଼ା ରେ ଥିବା ଐତିହ୍ୟ ଶୈବପୀଠ ବୃଦ୍ଧଖୋଲ,ବୁଗୁଡ଼ା ଶ୍ରୀ ବଳଦେବ ଜୀଉ ମନ୍ଦିର,ବିରଞ୍ଚି ନାରାୟଣ ମନ୍ଦିର,ବୁଗୁଡ଼ା ଅଞ୍ଚଳର ପ୍ରତଖ୍ୟକ ଗ୍ରାମର ମନ୍ଦିରରେ ହବିସିଆଳି ଭକ୍ତ ମାନଙ୍କ ପ୍ରଭୁଙ୍କ ଦର୍ଶନ ନିମନ୍ତେ ଲାଗିଛି ଭିଡ଼।ହବିସିଆଳି ମାନେ ବାଲୁକା ସ୍ଥାପନ କରି ରାଇଦାମଦର ପୂଜା ଓ ବୃନ୍ଦାବତୀ ପୂଜା ପବିତ୍ର କାର୍ତ୍ତିକ ମାସ ସାରା କରିବେ।ଏବଂ ଅପରାହ୍ନରେ ଅରୁଆ ଅନ୍ନ ଗୋଟାଏ ବେଳା ଖାଇ ହବିଷ ପାଳିବେ ସାରା ମାସ।ଆଜିର ପ୍ରଥମ ସୋମବାର ଅବସରରେ ପ୍ରତ୍ୟେକ ମନ୍ଦିରରେ ହବିସିଆଳି ମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିବା ବେଳେ ମନ୍ଦିର କମିଟି ପକ୍ଷରୁ ମଧ୍ୟ ହବିସିଆଳି ମାନ ଙ୍କ ପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି।ଯେପରି ମନ୍ଦିରକୁ ଆସୁଥିବା ହବିସିଆଳି ମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ସମସ୍ତ ସୁରକ୍ଷାର ବ୍ୟବସ୍ଥା କରାଯାଇଛି।
Article Image
5