ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଟେଙ୍କର ଧକ୍କାରେ ଦୁଇ ବାଇକ ଆରୋହୀ ମୃତ ଘଟଣାରେ ରାସ୍ତା ଅବରୋଧ

ରାୟଗଡା/ରାମନାଗୁଡ଼ା, 15/10/2025, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ପାଲୁପାଇ ନିକଟରେ ସୋମବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା।ସୂଚନା ଥାଉକି ଦୁଇ ଜଣ ଯୁବକ ରାମନାଗୁଡ଼ା ଠାରୁ ହାଟଗୁମ୍ମା ଏବଂ ଲେକାପାଇ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏନଏଲ ୦୧ କ୍ୟୁ ୮୮୫୭ ନମ୍ବର ବିଶିଷ୍ଟ ଟେଙ୍କର ସହିତ ଅଡି ୧୮ବି ୭୮୪୨ ନମ୍ବର ବିଶିଷ୍ଟ ବାଇକ ସହିତ ଧକ୍କା ହେବା ଫଳରେ ମୁନା ମିଣିଆକା (୧୮) ରାହୁଲ ଉର୍ଲାକା (୧୮) ନାମକ ଦୁଇ ଜଣ ଯୁବକଙ୍କ ସହ ଦୁର୍ଘଟଣା ଘଟିଥିଲା।ରାସ୍ତା ଅବରୋଧ କରିବା ଦ୍ୱାରା ବ୍ରହ୍ମପୁର, ଗୁଣୁପୁର, ରାୟଗଡା, ମୁନିଗୁଡା କୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ ରହିବା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହାକୁ କେନ୍ଦ୍ର କରି ମୃତ ଯୁବକ ମାନଙ୍କ ପରିବାର ବର୍ଗ ରାମନାଗୁଡ଼ା ଥାନାରେ ପହଂଚି କ୍ଷତିପୂରଣ ଦାବି କରିଥିବା ବେଳେ ତାହା ସଫଳ ନ ହେବାରୁ ପାଲୁପାଇ ନିକଟ ଦୁର୍ଘଟଣା ଘଟିଥିବା ସ୍ଥାନରେ ଅପରାହ୍ନ ଦୁଇ ଘଣ୍ଟାରୁ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ ଜାରି ରଖିଥିଲେ। ଘଟଣା ସ୍ଥଳରେ ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ଗୁଣୁପୁର ଏସଡିପିଓ ବାବୁଲି ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ରାମନାଗୁଡ଼ା ଥାନା ଅଧିକାରୀ ସୁନିତା ବେହେରା, ଏଏସଆଇ ଜଗନ୍ନାଥ ବେହେରା, ସମଦତ୍ତ ପ୍ରଧାନ ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ପାଞ୍ଚ ଘଣ୍ଟା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ ରହିଥିଲେ।
Article Image
Article Image
Article Image
3