ଏରସମା, 27/01/2025, ଉତ୍କଳ voice news - utkalvoicenews.com
ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବୋରିକିନା ନୋଡାଲ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମଲ୍ଲିକଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ କାର୍ଯ୍ୟକ୍ରମର ସଂଚାଳକ ସିଆରସିସି ବିଜୟ କୁମାର ସେଠୀ, ବୋରିକିନା ସମିତି ସଭ୍ୟ ସମରେନ୍ ରାୟ, ବୋରିକିନା ସରପଞ୍ଚ ସାଗରିକା ପରିଡ଼ା, ତିତିରା ସରପଞ୍ଚ ପ୍ରଣତି ମଞ୍ଜରୀ ନାୟକ, ଆର.ପି ସୁକାନ୍ତି ଦାଶ ପ୍ରମୁଖ ଯୋଗଦେଇ ଗୁଣାତ୍ମକ ଶିକ୍ଷାର ପ୍ରସାର ଓ ଛାତ୍ରଛାତ୍ରୀ ମାନଙ୍କ ସାମଗ୍ରିକ ବିକାଶ ହେଉଛି ନିପୁଣ ଓଡ଼ିଶା ମିଶନ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ମେଳାରେ କ୍ଲଷ୍ଟର ଅଧିନରେ ଥିବା ଏଫ୍. ଏଲ୍.ଏନ୍ ୮ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଏଥିରେ ମାତାପିତା, ଶିକ୍ଷକ ଓ ଗୋଷ୍ଠୀ ସଦସ୍ୟ ମାନେ ନିପୁଣ ଓଡ଼ିଶା ମେଳା ସମ୍ପର୍କରେ ଅତି ସୁନ୍ଦର ମତାମତ ରଖିଥିଲେ । ଏହି ଅବସରରେ ଶିକ୍ଷକ ମାନଙ୍କୁ ପ୍ରଶଂସାପତ୍ର ଓ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ସସ୍ମିତା କାନୁନ୍ ଗୋ, ଝରଣା ମୁଦୁଲି, ସସ୍ମିତା ବାରିକ, କୁସୁମାଞ୍ଜଳି ଦାସ କ୍ଲଷ୍ଟର ର ସମସ୍ତ ଏଫ୍. ଏସ୍ ଶିକ୍ଷକ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।