ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭୁବନେଶ୍ୱରରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦର ଜାତୀୟ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱରରେ, 15/10/2025, ଉତ୍କଳ voice news - utkalvoicenews.com ଅଲ ଇଣ୍ଡିଆ ରେଡ଼ିଓ ପ୍ରସାର ଭାରତୀ (ଏନ.ଏବି.ଏମ) ପ୍ରତିଷ୍ଠାନର କନଫରେନ୍ସ ହଲରେ ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଦ୍ୱାରା ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି।ଉକ୍ତ ସମ୍ମିଳନୀରେ ଭାରତର ପ୍ରତ୍ୟେକ ରାଜ୍ୟର କଂଜୁମର ଆକ୍ଟିଭିଷ୍ଟ କର୍ମୀ ମାନେ ଯୋଗଦେଇ ଥିଲେ।ଜାତୀୟ ମୁଖପାତ୍ର ତଥା ରାଜ୍ୟ ସମ୍ପାଦକ ଆଡ଼ଭୋକେଟ ଡ଼ଃ ସୁନାକର ବେହେରାଙ୍କ ମଞ୍ଚ ସଂଚାଳନ କରିବା ସହିତ ଆଜିର ଜାତୀୟ ସମ୍ମିଳନୀ ରେ ଅଧ୍ୟକ୍ଷତା କରିଥିଲେ ଏଆଇସିଡବ୍ଲୁସି ର ଜାତୀୟ ମୁଖ୍ୟ ଭିକ୍ଷାତ ସେନାଇଁ। ମୁଖ୍ୟ ଅତିଥିଭାବେ ରାଜ୍ୟ କଂଜୁମର ରେଡ୍ରେସାଲ ଫୋରମର ରାଜ୍ୟ ଅଧ୍ୟକ୍ଷ ଜଷ୍ଟିସ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ।ବରଣ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସରକାର ଙ୍କ ଲିଗାଲମେଟ୍ରୋଲଜି କଣ୍ଟ୍ରୋଲର ତଥା ସ୍ୱତନ୍ତ୍ର ସଚ୍ଚିବ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶ୍ରୀଯୁକ୍ତ ବିଶିକେସନ ଦେହୁରୀ ସ୍ୱତନ୍ତ୍ର ଅତିଥି ଭାବେ, ମୁଖ୍ୟ ବକ୍ତା ଓଡିଶା ଉଚ୍ଚ ନ୍ୟାୟାଳୟ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁବ୍ରତ କୁମାର ନନ୍ଦ,କେନ୍ଦ୍ର ସରକାର ଙ୍କ ଏମଏସଏମଇ ର ରାଜ୍ୟ ଉପାଧ୍ୟକ୍ଷ ପ୍ରସନ୍ନ କୁମାର ପରିଡା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅଭିନନ୍ଦନ ଦାସ, ଏଆଇସିଡବ୍ଲୁସି ର ଜାତୀୟ ମୁଖ୍ୟ ମାନଙ୍କ ମଧ୍ୟରେ ଜେନେରାଲ ପ୍ରିନ୍ସପାଲ ସେକ୍ରେଟାରୀ ଦେବେନ୍ଦ୍ର ତିୱାରୀ,ଜାତୀୟ ଉପାଧ୍ୟକ୍ଷ ତେରସମ ଭାରତୀ,ସୀତା ନାନକ,କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମହାନ୍ତି,ରାଜ୍ୟ ସଭାପତି ଆଡ଼ଭୋକେଟ ଜଗବନ୍ଧୁ ସରାଫ,ରାଜ୍ୟ ମହିଳା ସଭାପତି ସ୍ନେହମୟୀ ଆଚାର୍ଯ୍ୟ,ରାଜ୍ୟ ସଂଯୋଜକ ବିବେକାନନ୍ଦ ହୋତା,ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବିଶ୍ୱାଳ, ଇତ୍ୟାଦି ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ଗ୍ରାହକ ମାନଙ୍କ କଲ୍ୟାଣ ଓ ଅଧିକାର ନିମନ୍ତେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ଭୂମିକା ଏବଂ ଆଇନ ସମ୍ପର୍କରେ ଆଲୋଚନା କରାଯାଇଥିଲା ଆଜିର ଏହି ଜାତୀୟ ସମ୍ମିଳନୀ ରେ ବିଶିଷ୍ଟ ବ୍ୟବସାୟୀ ଓ ଶିଳ୍ପପତି ମାନଙ୍କୁ ନିଜର ସାଧୁତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଭୁବନେଶ୍ୱର ର ପ୍ରତିଷ୍ଠିତ ଅମ୍ବର ଗାର୍ମେଣ୍ଟସ ର ନିର୍ଦ୍ଦେଶକ ମାଣିକଚାନ୍ଦ ମାହେଶ୍ୱରୀ ଅନ୍ତର୍ଜାତୀୟ ଶିଳ୍ପପତି ଶ୍ରୀଯୁକ୍ତ ତାରା ରଞ୍ଜନ ପଟ୍ଟନାୟକ, କୁବେର ଅପ୍ଟିକାଲ ପ୍ରତିଷ୍ଠାତା ବିଜୟ ବିଶ୍ୱାଳ "କୁବେର", ଓଡ଼ିଶାର ପ୍ରତିଷ୍ଠିତ କିୟୋରଓଏଲ ଲାବୋ୍ଟୋରୀ ପାଥୋଲାବ, ବେହେରା ଇଞ୍ଜିନିୟରିଙ୍ଗ ର ପ୍ରତିଷ୍ଠାତା ପ୍ରହଲ୍ଲାଦ ବେହେରା, ଶିକ୍ଷାକ୍ଷେତ୍ରରେ ସେଣ୍ଟ ଜାଭିୟର ସ୍କୁଲ ପ୍ରତିଷ୍ଠାତା ସୁଶାନ୍ତ କୁମାର ସ୍ୱାଇଁ, ମୈତ୍ରୀ ଗ୍ରୁପର ମ୍ୟାନେଜିଙ୍ଗ ଡାଇରେକ୍ଟର ସନ୍ତୋଷ କୁମାର ସାହୁ, ସାରଳା ରାଇସିମିଲ୍ଲ ନିର୍ଦ୍ଦେଶକ ରଞ୍ଜିତ କୁମାର ସାହୁ,ସିନେତାରକା ଜଗଦ୍ଦିଷ ପ୍ରୀତିରାଜ ଶତପଥୀ,କେନ୍ଦ୍ରାପଡ଼ା ରୁ ସମାଜସେବା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ସମାଜ ସେବୀ ସମୀର କୁମାର ପ୍ରଧାନ ଓ ଅନ୍ୟାନ ଅନୁଷ୍ଠାନ ମାନଙ୍କୁ ସାର୍ଟିଫିକେଟ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଏଆସିଡବ୍ଲୁସି ଏକ ଜାତୀୟ ନୋଡାଲ୍ ସଂଗଠନ ଯାହା ଗ୍ରାହକ ଅଧିକାର,ଏହାର ସୁରକ୍ଷା ପାଇଁ କାମ କରିଥାଏ। ଆଜି ସମ୍ମିଳନୀରେ ଗ୍ରାହକମାନେ ଦୋକାନୀ ଙ୍କ ଠକାମୀର ଶିକାର କିପରି ନେହେବେ, ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଉଛନ୍ତି, ନୂଆ ନିୟମ କଣ ଲାଗୁ ହେଉଛି କିପରି କାର୍ଯ୍ୟକାରୀ କରୁଛି ଭଳି ଅନେକ ଗୁରୁତ୍ତ୍ୱପୂର୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଗ୍ରାହକ ମାନେ ନିଜ ଅଧିକାରକୁ କିପରି ଜାଣିବେ ଓ ସଜାଗ ରହିବେ। କୌଣସି ଗ୍ରାହକ ଠକାମୀ ର ଶିକାର ହେବେ ନାହିଁ ସେଥିପାଇଁ ସରକାର ନୂଆ ନିୟମ ଆଣିବା କେତେଦୂର ଆବଶ୍ୟକ ଅଛି ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଗ୍ରାହକ, ଓକିଲ, ବୁଦ୍ଧିଜୀବୀ, ସୂଚନା ଅଧିକାର କର୍ମୀ, ସାମ୍ବାଦିକ, ସମାଜ ସେବୀ ମାନେ ଯୋଗ ଯୋଗଦେବା ସହିତ ଦ୍ୱିତୀୟ ପର୍ଯ୍ୟାୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଥିଲା। ସମ୍ମିଳନୀ ଶେଷରେ ଡ଼ଃ ସୁନାକର ବେହେରା ଜାତୀୟ ସମ୍ମିଳନୀ ରେ ଉପସ୍ଥିତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।
Article Image
Article Image
Article Image
Article Image
4