ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଉତ୍କଳ ସାହିତ୍ୟ ସମାଜ ନିର୍ବାଚନ :ବିପୁଳ ଭୋଟରେ ରଘୁ ସାହୁ ବିଜୟୀ

କୁଜଙ୍ଗ , 15/10/2025, ଉତ୍କଳ voice news - utkalvoicenews.com
Article Image
କୁଜଙ୍ଗ14/10 ସାହିତ୍ୟ ସର୍ଜନାର ମୁଖଶାଳା ତଥା କଟକ ସ୍ଥିତ ସର୍ବ ପୁରାତନ ଶତାୟୁ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି lବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା କୁଜଙ୍ଗ ମାଟିର ନାଟ୍ୟକାର ରଘୁ ସାହୁ ସାରା ରାଜ୍ୟର ଭୋଟର ମାନଙ୍କଠାରୁ ବିପୁଳ ଭୋଟ ପାଇ ସାହିତ୍ୟ ସମାଜର କାର୍ଯ୍ୟନିର୍ବାହୀକା ସମିତି ସଭ୍ୟ ଭାବେ ମୋଟ 720 ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଜିତିଛନ୍ତି l 12 ତାରିଖ ରବିବାର ଉତ୍କଳ ସାହିତ୍ୟ ସମାଜ ପରିସର ଶ୍ରୀରାମଚନ୍ଦ୍ର ଭବନ ଓ ଶତାବ୍ଦୀ ଭବନ ଠାରେ କଡା ପୋଲିସ ସୁରକ୍ଷା ବଳୟରେ ସଂସ୍ଥାର 6 ଜଣ କର୍ମକର୍ତା ଓ 11ଜଣ କାର୍ଯ୍ୟନିର୍ବାହୀକା ସମିତି ସଭ୍ୟ ଙ୍କ ନିର୍ବାଚନ ହୋଇଥିଲା l କାର୍ଯ୍ୟନିର୍ବାହୀକା ସମିତି ସଭ୍ୟ ନିର୍ବାଚନରେ ମୋଟ 25 ଜଣ ପ୍ରାର୍ଥୀ 11 ଟି କାର୍ଯ୍ୟନିର୍ବାହୀକା ସମିତି ସଭ୍ୟ ପଦବୀ ପାଇଁ ପ୍ରତିଦ୍ବନ୍ଦୀତା କରୁଥିଲେ l ସର୍ବାଧିକ 822 ଭୋଟ ପାଇ ଆଦିତ୍ୟ ପ୍ରସାଦ ଧଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କୁଜଙ୍ଗର ରଘୁ ସାହୁ 720 ଭୋଟ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ l ସୂଚନାଯୋଗ୍ୟ ଯେ ,ରଘୁ ସାହୁ ଏଯାବତ ତିନି ଦଶନ୍ଧି ମଧ୍ୟରେ 45 ରୁ ଉର୍ଦ୍ଧ ପୁସ୍ତକ ରଚନା କରିଛନ୍ତି l ଶ୍ରୀ ସାହୁ ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀର ସଭାପତି ଓ ପ୍ରିୟବନ୍ଧୁ ପତ୍ରିକାର ସମ୍ପାଦକ ଅଛନ୍ତି l ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ପିତାମ୍ବର ତରାଇ ,କୁଜଙ୍ଗ ପ୍ରେସ କ୍ଲବ ସମ୍ପାଦକ ଦୁଷ୍ମନ୍ତ ମାଝୀ ,ସାମ୍ବାଦିକ ରଂଜିତ ପଣ୍ଡା ,କୁଜଙ୍ଗ ସମ୍ବାଦ ସାହିତ୍ୟ ଘର ସମ୍ପାଦକ ବାବୁରାମ ଚୌଧୁରୀ ,ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀ ସମ୍ପାଦକ ଡକ୍ଟର ଗଙ୍ଗାଧର ସାମନ୍ତରାୟ ,ମେଘ ମଲହାର ସଭାପତି ଡକ୍ଟର କେଶବ ଦଳେଇ ,ସାହିତ୍ୟିକ ଗୋଲକ ପଲାଇ,ବାସବ ନନ୍ଦ,ସଂଯୁକ୍ତା ତ୍ରିପାଠୀ ,ଗୋଲାପରାଣୀ ସାହୁ ଓ ପ୍ରେମଲତା ବାରିକଙ୍କ ସମେତ କୁଜଙ୍ଗର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ କରାଯାଇଛି l ଓଡ଼ିଶାର 30 ଜିଲ୍ଲାର ଭୋଟରଙ୍କୁ ଶ୍ରୀ ସାହୁ ଧନ୍ୟବାଦ ଜଣାଇଛନ୍ତି ଓ ସେ ନିଷ୍ଠାର ସହିତ ଉତ୍କଳ ସାହିତ୍ୟ ସମାଜର ଉନ୍ନତି ପାଇଁ ଉତ୍ସର୍ଗୀକୃତ ହେବେ ବୋଲି ପ୍ରତିକ୍ରିୟା ରେ କହିଛନ୍ତି l
4