ଏରସମା, 16/10/2025, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ଏରସମା ବ୍ଲକ୍ ଅନ୍ତର୍ଗତ କପିଳ ଚରଣ ଉଚ୍ଚବିଦ୍ୟାଳୟ ମଲ୍ଲିପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଛି।ଦଶିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ,ସାଧନ କେନ୍ଦ୍ର ଅନ୍ତର୍ଗତ ୮ ଟି ବିଦ୍ୟାଳୟର ୬୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷକରି ବିତର୍କ,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, କୁଇଜ୍,ଶ୍ରୃଜନଶୀଳ ଲିଖନ, ସଙ୍ଗୀତ,ଓଡିଆ ହସ୍ତାକ୍ଷର,ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭ୍ରୃତି ୧୬ ଟି ପ୍ରତିଯୋଗୀତା କରାଯାଇଥିଲା।ଏହି ଉପଲକ୍ଷେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀନିବାସ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ,ଅବସର ପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଗୋପବନ୍ଧୁ ନାୟକ ମୂଖ୍ୟ ଅତିଥି,ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ଲିଆକତ ଅଲ୍ଲୀ ଖାଁ,ନୂଆଡିହି ସରପଞ୍ଚ ବ୍ରଜକିଶୋର ପ୍ରଧାନ,ସିଂହପୁର ସାଧନ କେନ୍ଦ୍ର ସଂଯୋଜିକା ମେନକା ମଞ୍ଜରୀ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସସ୍ମିତା ଦାସ,ପ୍ରିୟବ୍ରତ ଜେନା,ପ୍ରିତୀମୟୀ ସ୍ଵାଇଁ,ବର୍ଷାରାଣୀ ରାଉତ, ଆଶିଷ କୁମାର ବିଶ୍ଵାଳ,ରାହୁଲ ବାରିକ ଓ ସାଇ ସ୍ନେହାଂଶୁ ପରିଡାଙ୍କ ସମେତ ସମସ୍ତ କ୍ରୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।ସହକାରୀ ଶିକ୍ଷକ ନବକିଶୋର ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ ସହିତ,ସାଧନ କେନ୍ଦ୍ର ସଂଯୋଜକ ରାଜେନ୍ଦ୍ର କୁମାର ସାହୁ ଧନ୍ୟବାଦ ଦେଇଥିଲେ।ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।