ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହାତୀ ଦାଉରୁ ଧାନ ଫସଲକୁ ରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ୭ଗୋଟି ଗ୍ରାମପଂଚାୟତର ଅଧୂବାସୀମାନେ

ଢେଙ୍କାନାଳ, 16/10/2025, ଉତ୍କଳ voice news - utkalvoicenews.com( ଢେଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ପ୍ରହଲ୍ଲାଦ ସାହୁଙ୍କ ଉପସ୍ଥିତିରେ ଗଦାଶିଳା ଶ୍ରୀରାମ ମଣ୍ଡପ ଠାରେ ୭ଗୋଟି ଗ୍ରାମପଂଚାୟତ ଯଥା- ଗଦାଶିଳା, ସିମିନଈ, ଗୁଣ୍ଡିଚାପଡା, ଇନ୍ଦିପୁର, କାଣ୍ଡବିନ୍ଧା, ବଲରାମପୁର ଓ କାଶିଆଡିହି ଗ୍ରାମର ଚାଷୀମାନେ ଏକତ୍ରିତ ହୋଇ ଖରିଫ ଋତୁରେ ହୋଇଥିବା ଧାନ ଫସଲକୁ ଜଙ୍ଗଲୀ ହାତୀ ଦାଉରୁ ରକ୍ଷା କରିବା ପାଇଁ ଏକ ସଭା କରାଯାଇ ଆଲୋଚନା ହୋଇଥିଲା । ଏହି ଆବେଦନପତ୍ର ମାଧ୍ୟମରେ ଗତ କିଛିଦିନ ହେଲା ବନ୍ୟାଞ୍ଚଳ ରୁ ଆସିଥିବା ବନ୍ୟ ହାତୀମାନେ ଆମ ଚାଷ କ୍ଷେତରେ ଧାନ ଫସଲ ନଷ୍ଟ କରୁଛନ୍ତି । ବିଭିନ୍ନ ଗ୍ରାମର ଚାଷୀମାନେ ନିଜସ ଖର୍ଚ୍ଚରେ ଲଗାଇଥିବା ସୋଲାରକୁ ଜଙ୍ଗଳୀ ହାତୀ ଦଳ ନ ମାନି ଧାନବିଲରେ ପଶି ଧାନସବୁ ନଷ୍ଟ କରିଦେଉଛନ୍ତି । ଚାଷୀମାନେ ହାତୀମାନଙ୍କୁ ଘଉଡାଇବା ପାଇଁ ଯେତେ ପ୍ରକାର ଚେଷ୍ଟା କଲେ ମଧ୍ୟ ହାତୀମାନେ ମାନୁ ନାହାନ୍ତି । ଏହା ଫଳରେ ଆମେ ବଡ ଅର୍ଥନୈତିକ କ୍ଷତି ସହିବାକୁ ପଡ଼ୁଛି । ଆମ ଜୀବିକା ଧାନ ଚାଷ ଉପରେ ନିର୍ଭର କରୁଥିବାରୁ ଏହି ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଅଟେ । ଧାନ ଫସଲ ଉଜୁଡିଲେ ଚାଷୀ କୂଳ ସମ୍ପୁର୍ଣ ରୂପେ ନାଶ ହୋଇଯିବ । କିପରି ଭାବରେ ଧାନ ଫସଲକୁ ରକ୍ଷା କରାଯାଇପାରିବ ଏହାର ତୁରନ୍ତ ପଦକ୍ଷେପ ନିଆଯାଉ ଓ ଏହାର ସୁ-ବନ୍ଦୋବସ୍ତ କରାନଗଲେ ସମଗ୍ର ପଂଚାୟତର ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଅଭିଯୋଗ ପ୍ରଦାନ ବେଳେ ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତିଙ୍କ ସମେତ ଶିବନାରାୟଣ ରାଉତ, ବାସୁଦେବ ପ୍ରଧାନ, ଅରୁଣ ବାରିକ୍, ରାହାସ ବିହାରୀ ମହାନ୍ତି, ବିଭୁତି ରାଉତ, ଅରୁଣ କୁମାର ରାଉତ, ଚନ୍ଦ୍ରଶେଖର ସାହୁ, ସୁଧାକର ପରିଡା, କାମାକ୍ଷା ପ୍ରସାଦ ପରିଡା, ବିଷ୍ଣୁ ରାଉତ, ବାବୁଲୋ ମହାରଣା ପ୍ରମୁଖଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
3