ଏରସମା, 27/01/2025, ଉତ୍କଳ voice news - utkalvoicenews.com
ହାଇସ୍କୁଲ କୁ ସରକାର ଙ୍କ ଠାରୁ ଟଙ୍କାଟିଏ ଅନୁଦାନ।ବିନା ଦରମା ରେ ଦୀର୍ଘ ୩୦ ବର୍ଷ ଧରି ପିଲା ମାନଙ୍କୁ ପଢାଇବା ସହ ଖେଳକୁଦ ସାମାଜିବ ସଚେତନତା ନୃତ୍ୟ ଗୀତ ସହ ସାଂସ୍କୃତିକ କାଯ୍ୟକ୍ରମ ଆୟୋଜନ କରି ଏକତା ସୂତ୍ରରେ ବାନ୍ଧି ରଖିଛି ବିଦ୍ୟାଳୟ।

ଏମିତି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତ ଖୁରାଣ୍ଟ ଗ୍ରାମରେ ଆସନ୍ତୁ ଦେଖିବା ଏହି ରିପୋଟରେ ଜଗତସିଂହପୁର ଜିଲ୍ଲା ର ସମୁଦ୍ର କୁଳିଆ ଖୁରାଣ୍ଟ ଅଞ୍ଚଳ ନଦୀ ଜଙ୍ଗଲ ପ୍ରକୃତିକ ବାଧକ ଘେରା ନିପଟ ମଫସଲ ଅଞ୍ଚଳ ୧୯୯୪ ମସିହା ରୁ ଗଢିଉଠି ଥିଲା ବାଲୁକେଶ୍ୱର ହାଇସ୍କୁଲ।କୁଞ୍ଜକୋଠି ଓ ଜାପା ପଞ୍ଚାୟତ ର ୧୦ ଟି ରୁ ଉର୍ଦ୍ଧ ଗ୍ରାମର ପିଲା ମାନେଏହି ବିଦ୍ୟାଳୟ ରେ ହାଇସ୍କୁଲ ଶିକ୍ଷା ଗ୍ରହଣ କରି ଆସୁଥିବା ବେଳେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳ ରେ ରହିଛି।
ତାହା ମଧ୍ୟ୍ୟ ରେ ବାଲୁକେଶ୍ୱର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ ବିନା ପରିଶ୍ରମିକ ରେ ପିଲା ମାନଙ୍କୁ ଶିକ୍ଷା ଦେବା ମଧ୍ୟରେ ଗତ ବର୍ଷ ତାଙ୍କର ଏକ ସଡ଼କ ଦୁର୍ଘଟଣା ରେ ମୁର୍ତ୍ତୃ ବରଣ କରିଥିଲେ।ଏହି ହାଇସ୍କୁଲ ପାଇଁ ତାଙ୍କ ଅନୁଦାନ ବହୁତ ଥିଲା ଏବେ ବି ଖୋଜୁଛନ୍ତି ପ୍ରମୋଦ ଙ୍କୁ ସ୍କୁଲର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ସ୍କୁଲ ପରିସର।ସରକାର ଙ୍କ ଠାରୁ ଗୋଟିଏ ଟଙ୍କା ଅନୁଦାନ ପାଇନଥିଲେ ମଧ୍ୟ୍ୟ ସରକାର ଙ୍କ ପନ୍ଥା ଅନୁସରଣ କରି ଉତ୍ତମ ଶିକ୍ଷା ଦାନ ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଖେଳ କୁଦ ଓ ମନୋରଞ୍ଜନ କାଯ୍ୟକ୍ରମ ଆୟୋଜନ କରୁଥିବା ଦେଖିବାକୁ ମିଳିଛି।ଗତ ୨୫ ଜାନୁଆରୀ ରେ ବାଲୁକେଶ୍ୱର ହାଇସ୍କୁଲ ଓ ଅନନ୍ତ କିଶୋର ବିଦ୍ୟା ପୀଠ ର ମିଳିତ ବାର୍ଷିକ କ୍ରୀଡା ଉତ୍ସହବ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପକ୍ଷ୍ୟ ରୁ ଦୌଡ଼,ଦୌଡ଼ି ଡିଆ,ଲମ୍ବ ଓ ଉଚ୍ଚ ଡିଆ,ଡିସ୍କସ ଥ୍ରୋ,ଗଣିତ ଦୌଡ଼,ମିଉଜିକ ଚେୟାର ଆଦି ଇଭେଣ୍ଟ ଖେଳ ସହ ଆକର୍ଷଣୀୟ ନାଚ ଗୀତ ର ପ୍ରତି ଯୋଗିତା ଅନୁଷ୍ଠିତ ହୋଇଯାଇଛି।ବାଲୁକେଶ୍ୱର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମୁରଲୀଧର ସାମନ୍ତ ଙ୍କ ଅଧକ୍ଷତା ରେ ଉଜାପନୀ ସମାରୋହର ମୁଖ୍ୟ ଅତିଥିମୁଖ୍ୟ ଭାବେ ବାଲିକୁଦା ଏରସମା ର ବିଧାୟକ ସାରଦା ପ୍ରସନ ଜେନା ଙ୍କ ସହ ବାଲିଘର ପତ୍ରିକା ର ସମ୍ପାଦକ କୈଳାଶ ଚନ୍ଦ୍ର ସ୍ୱାଇଁ,ଦୀପ୍ତି କୁଆଁର ,ସମିରରଞ୍ଜନ ସ୍ୱାଇଁ ,ନିରଞ୍ଜନ ସାହୁ।ବିଦ୍ୟାଳୟ ର ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ନାୟକ , ନିର୍ଲୋଭ ବେଉରା , ଗୋବିନ୍ଦ ବଲ୍ଲଭ ମହାପାତ୍ର , ରାଜେନ୍ଦ୍ର ବେହେରା,ଭାଗବତ ରାଉତ, ନୃସିଂହ ସାହୁ , ପୁଷ୍ପ ଲତା ଜେନା,କର୍ମଚାରୀ ସନ୍ତୋଷ ମଣ୍ଡଳ , ରାହୁଲ ସାମନ୍ତ ,ପୁନଚନ୍ଦ୍ର ସ୍ୱାଇଁ,ଅନନ୍ତ କିଶୋର ସରକାରୀ ବିଦ୍ୟା ପୀଠ ପ୍ରଧାନ ଶିକ୍ଷୟତ୍ରୀ କନକ ଲତା ବିଶ୍ଵାଳ,ସହକାରୀ ଶିକ୍ଷକ ମଦନ ଖାଣ୍ଡା,ବିବେକ ନାୟକ, ପ୍ରଭାତୀ ନାୟକ,ଅପର୍ଣ୍ଣl ସ୍ୱାଇଁ।ଏହି କାଯ୍ୟକ୍ରମ ରେ ଆଖପାଖ ଅଞ୍ଚଳର ଶତାଧିକ ଲୋକ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା।ଦେଖିବାକୁ ବାକି ରହିଲା ସରକାର ଙ୍କ ନିଦ ଭାଙ୍ଗିବ କେବେ।

