ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାଜ୍ୟସ୍ତରୀୟ ଚାଷୀ ସମାବେଶ ଆଦିବାସୀ ଅଞ୍ଚଳରେ ଜଳବାୟୁ ଉପଯୋଗୀ ଏବଂ ନିରନ୍ତର ଜୀବିକା ପାଇଁ ପାରିବେଶିକ ଓ ବ୍ୟବହାରିକ ସାକ୍ଷ୍ୟରତା ପ୍ରକଳ୍ପ

ରାୟଗଡ଼ା, 16/10/2025, ଉତ୍କଳ voice news - utkalvoicenews.com ( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସ୍ଥାନ କାଶିପୁର ଅଗ୍ରଗାମୀ ଅଫିସ ଜିଲ୍ଲା: ରାୟଗଡା ଅଗ୍ରଗାମୀ ତରଫରୁ ୧୫-୧୬ ଅକ୍ଟୋବର ୨୦୨୫ ଦୁଇଦିନ ଧରି ଏକ ରାଜ୍ୟସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥ‌ିରେ ରାୟଗଡା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରୁ ମୋଟ ଶତାତ୍ତ୍ଵିକ ଅଂଶଗ୍ରହଣକାରୀ ଯଥା ସରକାରୀ କର୍ମକର୍ତ୍ତା, ସାମାଜିକ ସଂଗଠନ, ପଞ୍ଚାୟତ ପ୍ରତିନିଧ୍ଵ, ମହିଳା ଚାଷୀ, ନରିନେତ୍ରୀ, ପ୍ରକଳ୍ପ ହିତାଧ୍ୟାକାରୀ, ଗଣମାଧ୍ୟମ ପ୍ରତିନିଧ୍, ସ୍ଥାନୀୟ ଚାଷୀ ଏବଂ ଅଗ୍ରଗାମୀ କର୍ତ୍ତୃପକ୍ଷ ଓ ଏହାର ସହକର୍ମୀ ବୃନ୍ଦ ଏଥ‌ିରେ ଯୋଗଦାନ କରିଛନ୍ତି।
Article Image
ଏହି ରାଜ୍ୟସ୍ତରୀୟ ଚାଷୀ ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସଫଳ ଜୈବିକ ଚାଷୀ ମାନଙ୍କ ମଧ୍ୟରେ ନିରନ୍ତର ଜୀବିକା ଏବଂ ଆତ୍ମନିର୍ଭରଶୀଳତା ବିଷୟରେ ନିଜସ୍ଵ ଅନୁଭୂତିର ଆଦାନ ପ୍ରଦାନ। ଏହାଦ୍ଵାରା ଚାଷୀମାନେ ପ୍ରେରଣା ପାଇ ନିଜ ନିଜ ଗାଁରେ ନିଜେ ସେଇଭଳି ସଫଳ ନିରନ୍ତର ଜୈବିକ ଚାଷ ପଦ୍ଧତି ଅବଲମ୍ବନ କରିବେ। ଫଳରେ, ଏହି ସଫଳ ଦୃଷ୍ଟାନ୍ତକୁ ଗାଁର ଅନ୍ୟ ଚାଷୀଭାଇ ମାନେ ତାହାକୁ ଅନୁସରଣ କରି ସଠିକ ଭାବେ ଲାଭାନ୍ବିତ ହେବେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଦିବାସୀ ଏବଂ ଗରିବ ସମ୍ପ୍ରଦାୟ/ଗୋଷ୍ଠୀ ମାନଙ୍କର ଜୀବିକା ଏବଂ ଆତ୍ମନିର୍ଭରଶୀଳତା ନେଇ ଉଭୟ ଜଳବାୟୁ ପରିବର୍ତନ ଏବଂ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ, ଚାଷୀ ପ୍ରତି ବିଭିନ୍ନ ଅତ୍ୟାବଶ୍ୟକୀୟ ସହାୟତା ଏପର୍ଯନ୍ତ ଉପଲବ୍ଧ ନହେବା ଫଳରେ ଏହି ଚାଷୀ, କୃଷି ପରିବେଶ, ଆମର ସ୍ଵାସ୍ଥ୍ୟବସ୍ଥା କ୍ରମଶଃ ଶୋଚନୀୟ ହେବାରେ ଲାଗିଛି। ଅନେକ ଆଦିବାସୀ ଜିଲାରୁ ବହୁ ସଂଖ୍ୟାରେ ଯୁବକ ଯୁବତୀ ମାନେ ପେଟପାଟଣା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି।
Article Image
ଅଣଜୈବିକ ଚାଷ ଲାଭଜନକ ହେଉନଥିବାରୁ ସେମାନେ କ୍ରମଶଃ ଗାଁରେ ରହି ଚାଷରୁ କ୍ଷତି ସହି ବଞ୍ଚିବା ପରିବର୍ତ୍ତେ ରାଜ୍ୟ ବାହାରକୁ ଚେନ୍ନାଇ,ଅହମଦାବାଦ, ଦିଲ୍ଲୀ, ମୁମ୍ବାଇ, କେରଳ ଆଦି ସ୍ଥାନକୁ ଦାଦନ ଖଟିବାକୁ ଉଚିତ ମନେ କରୁଛନ୍ତି। ଆଜି ଆଦିବାସୀ ଅଞ୍ଚଳରେ ମଧ୍ୟ ଭାଗଚାଷ, ହାଇବ୍ରୀଡ ବିହନ ଚାଷ ଓ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ ଏକ ସାଧାରଣ ଜିନିଷ ପାଲଟି ଯାଇଛି।ଏସବୁକୁ ଆଖ୍ ଆଗରେ ରଖ୍ ଏହାର ସମାଧାନ ସ୍ଵରୂପ ଅଗ୍ରଗାମୀ ତରଫରୁ ଜଳବାୟୁ ଉପଯୋଗୀ ଓ ନିରନ୍ତର ଜୀବିକା ପାଇଁ ସ୍ଟାମିଲି ଫାର୍ମବା ପାରିବାରିକ ବଗିଚା ପାଇଁ ରାୟଗଡା ଜିଲ୍ଲାର କାଶୀପୁର ଓ ରାୟଗଡା ବ୍ଳକ ଓ କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ମୋଟ ୧୩୧ ଗାଁର ସର୍ବମୋଟ ୧୨୬୪ ଜଣ ହିତାଧିକାରୀ ଚାଷୀଙ୍କୁ ଆମ୍ବ, କାଜୁ, ଲିଚୁ, ପିଜୁଳି, ସେଓ, କମଳା, ଲେମ୍ବୁ ଆଦି ଫଳଗଛ ସହିତ ମାଟିଆଳୁ, ଓଲୁଅ, ପୋଟଳ, ହଳଦୀ ଇତ୍ୟାଦି ୨୦୨୩ ଜୁଲାଇ ମାସରୁ ବଣ୍ଟନ କରାଯାଇଛି। ଏହା ବ୍ୟତୀତ ହିତାଧିକାରୀ ଚାଷୀ ମାନଙ୍କୁ ପାଞ୍ଚ ପ୍ରକାରର ଦେଶୀ ବିହନ ଯଥା କଳାମଲ୍ଲୀ, କଳାଜୀରା, କୁଳେଇଚୁଡି, ଗୋବିନ୍ଦ ଭୋଗ, ମାଛକଣ୍ଟା, ରଘୁସାହି ଏବଂ କାନ୍ଦୁଲ, ରାଇକିଆ ବିନ୍ସ ଓ ଅନ୍ୟାନ୍ୟ ପନିପରିବାବିହନ ବଣ୍ଟନ କରାଯାଇଛି I ସେମାନଙ୍କୁ ମାନଙ୍କୁ ଜୈବିକ ପଦ୍ଧତିରେ ଚାଷ ପାଇଁ ଦେଶୀ ବିହନ, ଜୈବିକ ଖତସାର ଯଥା ହାଣ୍ଡିଖତ, ଜୀବାମୃତ,ବୀଜାମୃତ ପ୍ରସ୍ତୁତି ଟ୍ରେନିଂ, କଲମୀକରଣ ଓ ନର୍ସରିପରିଚାଳନା ଟ୍ରେନିଂ ଆଦି ପ୍ରଦାନ କରାଯାଇଛି।ମ୍ଫାମିଲି ଫାର୍ମ ବା ପାରିବାରିକ ବଗିଚା ବିଭିନ୍ନ ଚାଷ କରି ଓ ବିଭିନ୍ନ ଫଳଗଛ ଓ ବିନା ଖର୍ଚ୍ଚରେ ହେଉଥ‌ିବା କନ୍ଦମୂଳ ଚଷାରୁ ଯେମିତି ବର୍ଷ ତମାମ ଚାଷୀ ପରିବାରକୁ ସଠିକ ଖାହୁ ସୁରକ୍ଷା ସହିତ ଉପରୋକ୍ତ ଚାଷ ଅମଳରୁ ବଳକା ପନିପରିବା, କନ୍ଦମୂଳ, ଫଳମୂଳ ବିକ୍ରି କରି ଦେଶୀବିହନ,ଜୈବିକ ଚାଷ ପଦ୍ଧତିରେ ସେମାନେ ସ୍ବାବଲମ୍ବୀ ହୋଇ ଖୋଦ ନିଜ ଗାଁରେ ଯେମିତି ବର୍ଷସାରା ନିୟମିତ ରୋଜଗାର ପାଇ ପାରିବେ ସେଥ‌ିପାଇଁ ଏହି ଆଦର୍ଶ ତଥା ବହୁମୁଖୀ ହିତ ସାଧନକାରୀ ପ୍ରକଳ୍ପ କାର୍ଯକ୍ରମକୁ ସଫଳତାର ସହ ପରିଚାଳନା କରାଯାଉଛି। ଅଗ୍ରଗାମୀ ତରଫରୁ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଏବଂ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ଏହି ଫ୍ଲାମିଲି ଫାର୍ମ ବା ପାରିବାରିକ ବଗିଚା କାର୍ଯକାରୀ ହୋଇ ବହୁତ ସଫଳତା ମିଳିଛି I ବିଶ୍ବସ୍ତରରେ ମ୍ଫାମିଲି ଫାର୍ମ ବା ପାରିବାରିକ ବଗିଚା କାର୍ଯକ୍ରମର ସଫଳତା ନେଇ ଖୋଦ ଜାତିସଂଘ ତରଫରୁ ୨୦୨୩-୨୪ ବର୍ଷକୁ ଷ୍ଟାମିଲି ଫାର୍ମ ବା ପାରିବାରିକ ବଗିଚାର ବର୍ଷ ବୋଲି ଘୋଷଣା କରାଯାଇଥିବା ବିଭିନ୍ନ ମିଡିଆରେ ପ୍ରକାଶିତ ହୋଇଛି। ମ୍ଫାମିଲି ଫାର୍ମ ବା ପାରିବାରିକ ବଗିଚା ଦ୍ଵାରା ଇକୋସିଷ୍ଟମର ସୁରକ୍ଷା, ମାଟିର ଉର୍ବରତା ସୁରକ୍ଷା, ବର୍ଷ ତମାମ ଖାଦ୍ୟ ଓ ରୋଜଗାର ସୁରକ୍ଷା, ଦେଶୀ ବିହନରେ ଜୈବିକ ପଦ୍ଧତିରେ ଚାଷ ଓ ନିରନ୍ତର ଜୀବିକାର ବିକାଶ ସହ ସମ୍ପୂର୍ଣ ଆତ୍ମନିର୍ଭରଶୀଳତା, ଜଳବାୟୁ ପରିବର୍ତନ ଓ ସର୍ବୋପରି ଦାଦନ ଭଳି ସାଂଘାତିକ ସମସ୍କା ଆଦିର ଏଭଳି କାର୍ଯକ୍ରମ ପରିଚାଳନାରୁ ସୁନିଶ୍ଚିତ ହୋଇପାରିବ। ଏଥରେ ବନୀକରଣ କୃଷି, ସ ମନ୍ଦିତ କୃଷି, ନର୍ସରି ପରିଚାଳନା ଆଦି ସବୁକିଛି ସମ୍ଭବ ହୋଇପାରିବ। ଉଭୟ ପରିବେଶ ଏବଂ ମଣିଷ ସ୍ଵାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ ହୋଇପାରିବ । ଏ ଦିଗରେ ଅଗ୍ରଗାମୀର ନିଜସ୍ଵ ସଫଳତାକୁ ଆଧାର କରି ଓଡ଼ିଶାର ପ୍ରତ୍ୟେକ ଆଦିବାସୀ ଜିଲ୍ଲାର ପ୍ରତି ଗାଁରେ କାର୍ଯକାରୀ କରିବାକୁ ଚାହୁଁଛୁ ବୋଲି ଅଗ୍ରଗାମୀ ନିର୍ଦେଶକ ଶ୍ରୀ ଅଚ୍ୟୁତ ଦାସ ଏବଂ ଶ୍ରୀମତୀ ବିଦ୍ୟା ଦାସ ଏହି କାର୍ଯକ୍ରମର ଉଦଘାଟନୀ ଅବସରରେ ଦର୍ଶାଇଛନ୍ତି ।
14